STORYMIRROR

Sunanda Mohanty

Classics Thriller Others

4  

Sunanda Mohanty

Classics Thriller Others

ଭକ୍ତି ରାସ

ଭକ୍ତି ରାସ

1 min
10


କହୁ କହୁ କହିଦେଲି 

ଚିତ୍ର ଚୈତ୍ରକୁ ଭଲ ପାଏ ବୋଲି 

ଲେଖୁ ଲେଖୁ ଲେଖିଦେଲି 

ବରଷା ପ୍ରିୟା ମୋ ଆସିବ କାଲି 

ବୁଝୁ ବୁଝୁ ବୁଝିଗଲି 

ପ୍ରହେଳିକା କୁହେଳିକା ସବୁ ବୋଲି 

ରଖୁ ରଖୁ ରଖିନେଲି 

ଯାବତୀୟ ସମ୍ଭାବନା ମନୁ ଖୋଲି 

ଦେଉ ଦେଉ ଦେଇଦେଲି 

ଭକ୍ତି ଭାବ ମୋର ହୃଦୟ କରି ଖାଲି 

ଚାହୁଁ ଚାହୁଁ ଚାହିଁଦେଲି 

ଚକାଆଖିଙ୍କୁ ଜହ୍ନ ଭାବି ଭୁଲକଲି 

ଆଙ୍କୁ ଆଙ୍କୁ ଆଙ୍କିଦେଲି 

କାହା ପ୍ରତିଛବି ବୋଲି ଭାବିଥିଲି 

ଦେଖୁ ଦେଖୁ ଦେଖିନେଲି 

ସେଇ ପ୍ରତିଛବି କାଳିଆର ଜାଣିନଥିଲି 

ହସୁ ହସୁ ହସିଦେଲି 

ଅଣସର ଘରୁ ମୋ ଚିତ୍ରରେ ବୋଲି 

କାନ୍ଦୁ କାନ୍ଦୁ କାନ୍ଦୁଥିଲି 

ଚକାଜହ୍ନ ପରି ଚକାଆଖି ଦେଖି ଭୁଲିଗଲି 

ଭାବୁ ଭାବୁ ଭାବିନେଲି 

ରଥରେ ଦେଖିବି କଳା ବାମନଙ୍କୁ ବୋଲି

ଖୋଲୁ ଖୋଲୁ ଖୋଲିଦେଲି 

ଅନ୍ତର ହୃଦୟ କଳାଗାରିମା ରଙ୍ଗ ହୋଲି 

ବୁଝୁ ବୁଝୁ ବୁଝିଗଲି 

ଅନେକରେ ଏକ ଠାକୁର ଚତୁର୍ଦ୍ଧା ବୋଲି 

ଗଡୁ ଗଡୁ ଗଡିଗଲି 

ଦେହରେ ଥିଲା ଖାଲି ଶ୍ରଦ୍ଧା ଶରଧା ବାଲି

ଗଢୁ ଗଢୁ ଗଢିନେଲି 

ରଥ ପଥ ଜଗନ୍ନାଥ ହେବେ ଭାବିନଥିଲି ।


Rate this content
Log in

Similar oriya poem from Classics