ଭକ୍ତି ରାସ
ଭକ୍ତି ରାସ
କହୁ କହୁ କହିଦେଲି
ଚିତ୍ର ଚୈତ୍ରକୁ ଭଲ ପାଏ ବୋଲି
ଲେଖୁ ଲେଖୁ ଲେଖିଦେଲି
ବରଷା ପ୍ରିୟା ମୋ ଆସିବ କାଲି
ବୁଝୁ ବୁଝୁ ବୁଝିଗଲି
ପ୍ରହେଳିକା କୁହେଳିକା ସବୁ ବୋଲି
ରଖୁ ରଖୁ ରଖିନେଲି
ଯାବତୀୟ ସମ୍ଭାବନା ମନୁ ଖୋଲି
ଦେଉ ଦେଉ ଦେଇଦେଲି
ଭକ୍ତି ଭାବ ମୋର ହୃଦୟ କରି ଖାଲି
ଚାହୁଁ ଚାହୁଁ ଚାହିଁଦେଲି
ଚକାଆଖିଙ୍କୁ ଜହ୍ନ ଭାବି ଭୁଲକଲି
ଆଙ୍କୁ ଆଙ୍କୁ ଆଙ୍କିଦେଲି
କାହା ପ୍ରତିଛବି ବୋଲି ଭାବିଥିଲି
ଦେଖୁ ଦେଖୁ ଦେଖିନେଲି
ସେଇ ପ୍ରତିଛବି କାଳିଆର ଜାଣିନଥିଲି
ହସୁ ହସୁ ହସିଦେଲି
ଅଣସର ଘରୁ ମୋ ଚିତ୍ରରେ ବୋଲି
କାନ୍ଦୁ କାନ୍ଦୁ କାନ୍ଦୁଥିଲି
ଚକାଜହ୍ନ ପରି ଚକାଆଖି ଦେଖି ଭୁଲିଗଲି
ଭାବୁ ଭାବୁ ଭାବିନେଲି
ରଥରେ ଦେଖିବି କଳା ବାମନଙ୍କୁ ବୋଲି
ଖୋଲୁ ଖୋଲୁ ଖୋଲିଦେଲି
ଅନ୍ତର ହୃଦୟ କଳାଗାରିମା ରଙ୍ଗ ହୋଲି
ବୁଝୁ ବୁଝୁ ବୁଝିଗଲି
ଅନେକରେ ଏକ ଠାକୁର ଚତୁର୍ଦ୍ଧା ବୋଲି
ଗଡୁ ଗଡୁ ଗଡିଗଲି
ଦେହରେ ଥିଲା ଖାଲି ଶ୍ରଦ୍ଧା ଶରଧା ବାଲି
ଗଢୁ ଗଢୁ ଗଢିନେଲି
ରଥ ପଥ ଜଗନ୍ନାଥ ହେବେ ଭାବିନଥିଲି ।
