STORYMIRROR

Kalandi pal

Classics

2  

Kalandi pal

Classics

ଭକତି ଲମ୍ପଟ

ଭକତି ଲମ୍ପଟ

1 min
107


ସାଉଁଟି ଭକତି କରିଛି ଏକାଠି

ପାଦତଳେ ତାର ଦେବାକୁ ଭେଟି

ଭକତି ରଂକୁଣା ଭକତି ଲମ୍ପଟି

ମାଗଣାରେ ଭରେ ତା ଭକ୍ତି ଥାଳଟି

      ନିଅଇ ହୃଦୟ ଲୁଟି । l0l


ଅତି ଯତନରେ ଅତି ଗୋପନରେ

ଭାବ ଦେଇ ନିଏ ଭାବ ବଦଳରେ

ଭାବର ଠାକୁର ସେତ ନୀଳାମ୍ବର

ତା ମନ ଜିଣିଲେ ସେ ହୁଏ ତାହାର

     ଭାବରେ ପକାଏ ଗଣ୍ଠି । l1l


ସଅଳ ସଅଳ ଯିବିତା ମନ୍ଦିର

ହାତେ ଧରି ତାର ପୂଜାର ସମ୍ଭାର

ଗଳାରେ ଦେବି ମୁଁ ଭକତିର ହାର

ଦେହେ ଲେପି ଦେବି ଚନ୍ଦନ କର୍ପୁର

     ପାଦ ତଳେ ଯିବି ଲୋଟି । l2l


Rate this content
Log in

Similar oriya poem from Classics