STORYMIRROR

Prafulla Chandra Mishra

Abstract

3  

Prafulla Chandra Mishra

Abstract

ଭକତେ ଆଶ୍ରୟ ଦିଅତ

ଭକତେ ଆଶ୍ରୟ ଦିଅତ

1 min
92

ଅନେକ ଯନ୍ତ୍ରଣା ଦୁଃଖ ଭିତରେ ମନ ତ ଯାଇନି ଭାଙ୍ଗି

ତଥାପି ଆଶାର ନୂତନ ସୂର୍ଯ୍ୟ ଉଦୟ ହୋଇବେ ଭାବି

ଭାରତରେ ଆଜି ମଣିଷ ବଞ୍ଚିଛି 

ଧୀରେଧୀରେ ଏବେ ଦୁଃଖ ର ପାହାଡ଼ ଯାଉଛି ଦେଖରେ ଭାଜି


ଭାରତ ବର୍ଷର କରୁଣ ଦୁଃଖ ରେ କରୁଣା କରିବ ସତେ

ସଦୟ ହୋଇବେ ଲାଗୁଛି ଏମିତି ମୋ ମନ ଭିତରେ କେତେ

ସତ୍ୟଯଦି ସତେ ବିରାଜେ ଭାରତେ

ଚୁରମାର କର ଯନ୍ତ୍ରଣା ଉପଳ ଆସିହେ ଗରୁଡ ପେଷ୍ଠେ 


ମୋଦେଶର ରାଜା ନିଜେ ଜଗନ୍ନାଥ ରାଜାଧି ରାଜ ମୋ ପ୍ରଭୁ

କେତେ ବିପଦରୁ ଉଦ୍ଧାରିଛ ଆଜି ଦିନବିତେ କାନ୍ଦୁ କାନ୍ଦୁ

ପହଞ୍ଚିଛି ଡେଇଁ ଡେଇଁ ସାତସିନ୍ଧୁ

ରାକ୍ଷସ କରୋନା କରୁଛି ତାଣ୍ଡବ ଆସ ବେଗେ ବ୍ରଜବନ୍ଧୁ  


ତୁମେ ଥାଉ ଥାଉ ଯଦି ଜନଶୂନ୍ୟ ହୋଇଯିବ ଆର୍ଯ୍ୟାବର୍ତ୍ତୁ

ଏତେବଡ ପ୍ରଭୁ ତୁମବାନା ନିନ୍ଦା ହେବସିନା ଆହେ ବିଭୁ

ସରଜନା ବିଲୋପିତ‌ ହେବା ଆଗୁ

ଓହ୍ଲାଇ ଆସହେ ରତ୍ନ ସିଂହାସନୁ ଵିଶ୍ଵପତି ମହାବାହୁ


ଦଳନ କର‌ ହେ ଦୁଷ୍ଟ ରାକ୍ଷସ କୁ ଦମନ କର ହେ ନାଥ

ପତିତପାବନ ବାନା ତୁମ ଉଡୁ ଦେଖୁଥାଉ ଏ ଜଗତ

ତୁମେ ସତ୍ୟ ତୁମେ ନିତ୍ୟ ଜଗନ୍ନାଥ

ଶରଣ ପଞ୍ଜର ମରଣ ବେଳକୁ ଭକତେ ଆଶ୍ରୟ ଦିଅତ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract