ଭକତ ବନ୍ଧୁ
ଭକତ ବନ୍ଧୁ
ଭକତ ବନ୍ଧୁ ହେ ଜଗତ ବନ୍ଧୁ
ଭକତ ଦୁଃଖରେ ଦୁଃଖି ହୋଇ ଥାଅ
ବରଷି ଯାଅ ହେ କରୁଣା ବିନ୍ଦୁ ।
ଭକତ ଭାବରେ ସଦା ତୁମେ ବନ୍ଧା
ଜାତି, ଗୋତ୍ର ତୁମେ ମାନନା ବନ୍ଧୁ
ଭକ୍ତ ସାଲବେଗ ଦାସିଆ ବାଉରୀ
ପାଇଁ ଢାଳିଦେଲ କରୁଣା ବିନ୍ଦୁ ।
ଭକତ ବନ୍ଧୁ ହେ କରୁଣା ସିନ୍ଧୁ
ବନ୍ଧୁ ମହାନ୍ତିର ଭାବେ ମୋହି ପ୍ରଭୁ
ପରଶି ଦେଇଛ ଶରଧା ସିନ୍ଧୁ ।
ଭକତ ବନ୍ଧୁ ହେ ଭାବର ସିନ୍ଧୁ
ଭାବେ ଖାଇଅଛ ଶବରୀ ଅଇଁଠା
ବାଲିରଥେ ବିଜେ ହେ ଦୟା ସିନ୍ଧୁ ।
ଅମୃତ ଭୋଜନେ ନୁହଁ ହେ ସନ୍ତୁଷ୍ଟ
ଭାବେ ବନ୍ଧା ତୁମେ ଭକତ ବନ୍ଧୁ
ଭକତ ପାଇଁ କି ହୁଅ ନାନା ବେଶ
p>
ଭକତ ବନ୍ଧୁ ହେ ଦୟାର ସିନ୍ଧୁ ।
ଭକତ ବତ୍ସଳ ଆହେ ମହାବାହୁ
ତୁମେ ହର୍ତ୍ତା କର୍ତ୍ତା ହେ ଜଗବନ୍ଧୁ
ଭକ୍ତ ଭାବ ଡୋରେ ସଦା ତୁମେ ବନ୍ଧା
କି ସୁନ୍ଦର ଆହା ଶ୍ରୀମୁଖ ଇନ୍ଦୁ ।
ହେ ଭକତ ବନ୍ଧୁ ଭକତ ବତ୍ସଳ
ଭାବ ଡୋରେ ତୁମେ ଛନ୍ଦା
ଭକ୍ତ ହୃଦୟର ପ୍ରତିଟି କୋଣରେ
ଅନୁଭବ ସୂତ୍ରେ ବନ୍ଧା ।
ହେ ଭକତ ବନ୍ଧୁ କରୁଛି ଦୟିନୀ
ଦେଖା ନ ଦେଲେ ନ ଦିଅ
ମୋ ଅନୁଭବକୁ ରଙ୍ଗାଉ ଥାଅ ହେ
ଆହେ ଭକତ ର ପ୍ରିୟ ।
ଭବ ସାଗରେ ମୁଁ ଭାବି ଭାବି ମରେ
ଝଡ଼ ଝଞା ଆସୁ ହେଳେ
ଏତିକି ଅଳି ମୁଁ କରୁଛି ଠାକୁରେ
ତୁମକୁ କେବେ ନ ଭୁଲେ ।