STORYMIRROR

Prabhati Mahapatra

Romance Tragedy Others

3  

Prabhati Mahapatra

Romance Tragedy Others

ଭକ୍ତ ବିଲ୍ଵ ମଙ୍ଗଳ -ଭାଗ (୧)

ଭକ୍ତ ବିଲ୍ଵ ମଙ୍ଗଳ -ଭାଗ (୧)

1 min
248


ରାଗ - ଚୋଖି

ଶୁଣ ମୋର ପ୍ରାଣଧନ   ନ ଯାଅ ବେଶ୍ୟା ଭୂବନ

ବିପ୍ର କୂଳେ ଜନ୍ମ ହୋଇ କରନା ପାପ

କେତେ ଆଶା ସ୍ବପ୍ନ ନେଇ  ଆସିଛି ଏ ପ୍ରିୟସହୀ

ହୃଦୟରେ ସ୍ଥାନ ଦିଅ ନକର କୋପ

ଘନ ଅନ୍ଧକାରେ ଶର୍ବରୀ

ଝମ୍ ଝମ୍ ବରଷୁଛି ଶ୍ରାବଣ ବାରି ।

ସ୍ରୋତସ୍ବିନୀର ଉତ୍ତାଳ  ଗ୍ରାସିବା ପାଇଁ ବ୍ୟାକୁଳ

ନେହୁରା ହୁଏ କରନା ଅତି କ୍ରମଣ

ତୁମ ବିନା ଏ ଜୀବନ  ମରଣ ଶ୍ମଶାନ ସମ

କି ଘେନି ବଞ୍ଚିବି କୁହ ମୁଁ ନିଶି ଦିନ

ବାରଙ୍ଗନା ମୋହରେ ପଡ଼ି

ସ୍ବ ହସ୍ତେ ଗଢା ସଂସାର ଦିଅ ଉଜାଡ଼ି ।

ଆଜ ପିତୃ ଶ୍ରାଦ୍ଧ ଦିନ   ଗୃହ ତ୍ୟାଗେ ଧ୍ୟାନ ମନ

ଧର୍ମଦ୍ରୋହୀ ହେବ ତୁମେ ଶୁଣ ମୋ କଥା

ପାପ ପଙ୍କେ ବୋଳା ବେଶ୍ୟା କରେ ତୁମେ ଲୋକହସା

କୁଳ ଲଜ୍ୟା ବ୍ରୀଡା ବୁଡି ନୀଚ୍ଚ ଏ ମଥା

ବାରନାରୀ ତୁମେ ସୁନ୍ଦର

ଗୃହେ ନାରୀ ରୂପ କାନ୍ତି ଲାଗେ ଅସାର ।

କହୁଛି ସୁରମା ଶୁଣ   ଚିନ୍ତାମଣି ବେଶ୍ୟା ଗୁଣ

ଅଙ୍କ ପଲଙ୍କ ତାହାର କୁସୁମ ସମ

ଅଙ୍ଗରୁ ଅଗୁର ବାସ    ପାରିଜାତର ସୁବାସ

ମୋହିନୀ ମୋହିତ କଳା ଚାରୁ ଉତ୍ତମ 

ରୂପ ଯେହ୍ନେ ରମ୍ଭା ମେନକା

ସେ ଅମୃତ ପାନ ଲିଭେ କାମନା ଥକ୍କା ।

ମହଲ ମଣି କାଞ୍ଚନ  ପୁତ୍ର ତନୟା ରତନ

ଆନନ୍ଦରେ ଉପଭୋଗ କରିବ ବସି

ତୁମ କାନି ପଣତରେ  ଥିବା ନିଶି ବନ୍ଧନରେ

ଶିର ରଖି ନହୋଇବି ତିଳ ମୁଁ ଖୁସି 

ଅବରୋଧ ନକର ପଥ

ନିଶ୍ଚୟ ଯିବି ମୁଁ ଆଜ କଲି ଶପଥ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance