STORYMIRROR

SARATA KUMAR DAS

Abstract

2  

SARATA KUMAR DAS

Abstract

ବହିଟିଏ ମୁଁ ଯେ ବହିଟିଏ

ବହିଟିଏ ମୁଁ ଯେ ବହିଟିଏ

1 min
212

ବହିଟିଏ ମୁଁ ଯେ ମୁଁ ବହିଟିଏ, 

    ମହୀରେ ଅଛି ମୋ' ନାଆଁ ଟିଏ


ଜ୍ଞାନ ବିଜ୍ଞାନର ମୁଁ ନୀଡଟିଏ ,

     ସୁଖର ଦୁଃଖର ମୁଁ ସାଥୀଟିଏ


ଜ୍ଞାନ ଆଲୋକର ମୁଁ ଦୀପଟିଏ,

     ଅଜ୍ଞାନ ଅନ୍ଧାରେ ମୁଁ ବାଟ ଟିଏ


ହିଂସା କପଟ ମୁଁ ଦିଏ ଦୂରେଇ,

      ସବୁରି ହୃଦୟେ ଜାଗାଟି ନେଇ


କେବେ ଅତୀତର କଥା ଯେ କହେ,

     କାବ୍ୟ କବିତାରେ ମନ ମୁଁ ମୋହେ


ବିଜ୍ଞାନ ବାରତା କେବେ ମୁଁ ଦିଏ,

       ଦେଶ ପ୍ରଗତିରେ ମୁଁ ଭାଗ ନିଏ


ଅର୍ଥନୀତି ହେଉ ବା ରାଜନୀତି ,

      କେତେ କଥା କହେ ମୁଁ ନିତି ପ୍ରତି


ପରିବର୍ତ୍ତନର ମାଧ୍ୟମ ଟିଏ,

       ହସ ଖୁସି ମୁଁ ଯେ ଖେଳେଇ ଦିଏ


ଭାଙ୍ଗିଛି କେତେ ମୁଁ ଗଢିଛି କେତେ,

         ହସି ହସାଇଛି ଏହି ଜଗତେ


ଯୁଗ ତ ଗଲାଣି ଏବେ ବଦଳି,

      ଆଦର ନାହଁ ତ ମୋ ଆଗଭଳି


ଶସ୍ତା ଦରବରେ ସଭିଙ୍କ ମନ,

      କେତେ ଯେ ହୁଅଇ ମୁଁ ହୀନିମାନ


ଲୁହ ଗଡାଏ ମୁଁ ଏକାକୀ ବସି,

       ଫେରିବ କେବେ ତ ମୋ ହସ ଖୁସି


ଜାଣି ପାରୁନାହଁ କୋମଳ ମତି,

        ଆବାଟେ ପାଦ ତ ଦେଉଛ ନିତି


ତଥାପି ବାନ୍ଧିଛି ମନରେ ଆଶା

      କରିବନି ମୋତେ କେବେ ନିରାଶା


ଆସିବ ଆସିବ ସେ ସୁନା ଦିନ,

       ଦେଖୁଛି ନିତି ମୁଁ କେତେ ସପନ


ହେବ ପିଲା ଯଦି ସଙ୍ଗାତ ମୋର ,

      ଦେବି ନିତି କେତେ ମୁଁ ଉପହାର


ଅମୂଲ ମୂଲ ଯେ କେତେ ଦରବ,

         ହାତ ପାହାନ୍ତାରେ ତମରି ଥିବ

      

ତମରି ଖୁସିରେ ଖୁସି ତ ମୋ'ର,

       ପିଲେ ଟିକେ ଥରେ ସୁଚିନ୍ତା କର 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract