ଭିଟାମାଟି
ଭିଟାମାଟି
ଯେତେ ଦୂରେ ଗଲେ ଯେତେ ଭଲ ରହିଲେ
ମନେ ପଡେ ମନେ ପଡେ
ପୁରୁଣା ଦିନ ଆଜି ଭାରି କାହିଁ
ଆଜି ନିରୋଳାରେ ମନେ ପଡେ |
ସେହି ମାଟିରେ ଆମେ ଜନମ ହୋଇଛେ
ତାରି କୋଳରେ ଏ ଜୀବନ ଗଢା
ତା ପାଣି ପବନ ଲାଗେ କାହିଁ ନିଆରା
ସେ ମାଟିକୁ ଆମେ କଣ ଭୁଲି ପାରିବା |
ତା ଆଗେ ସବୁ ଆଜି ତୁଚ୍ଛ ପରି ଲାଗେ
ଏସି ଘର ବି ଲାଗେ ବିଷମୟ
ମାଟି ଘର ଥିଲା ପଛେ ଲାଗେ ମନ୍ଦିର
ଆନନ୍ଦରେ ବିତୁଥିଲା ଦିନ ଆମର |
ସେହି ବିଲ ସେହି ପଡିଆ ଆଜିବି ଅଛି
କିନ୍ତୁ ଆମେ ସଭିଏଁ ବିଚ୍ଛିନ୍ନ ଅଛୁ
ସେହି ଝରଣା ସେହି ନଦୀ ଆଜିବି ଅଛି
କିନ୍ତୁ ଆମେ ସଭିଏଁ ବଦଳି ଯାଇଛୁ |
