ଭିନ୍ନ ଜଣେ ନୈଷ୍ଠିକ
ଭିନ୍ନ ଜଣେ ନୈଷ୍ଠିକ
ପିଲାଟିଏ ବୁଲୁଥିଲା
ନାଁ ତାର ବାବୁଲା
ଅନାଥ ସେ ଥିଲା ସିନା
ନଥିଲା ତ ଚଗଲା।
ଦୟା ବହି ରଖିଦେଲେ
କେହିଜଣେ ଆଶ୍ରମେ
ପାଠ ପଢି ବଡ ହେଲା
ନିଜ ନିଜ ପରିଶ୍ରମେ
ଏବେ ସେତ ବଡବାବୁ
ଅଫିସ୍ ରେ ତା କାମ
ସବୁପରେ ବାବୁଲାର
ଥିଲା ଏକ ବଦ୍ ଗୁଣ
ରୋଜଗାର ଟଙ୍କା ସାରେ
ସେବା, ଦାନ ,ଦେବାରେ
ଯାଏ ନାହିଁ ମନ୍ଦିର କି
ପୂଜେ ନାହିଁ ଠାକୁରେ
ଦିନେ ତାକୁ ପଚାରିଲା
ପୁଅ ତାର ଆକୁଳେ
କିମ୍ପା ବାପା ଯାଅ ନାହିଁ
କୁହ ତୁମେ ମନ୍ଦିରେ
ପୁଅ ମଥା ସାଉଁଳାଇ
ବୁଝାଇ ସେ କହିଲା
ଦୁଃଖୀ ଜନ ଠାରେ ମୁହିଁ
ଦେଖେ ସତ ଠାକୁର
ସମାଜର ଦୁଃଖୀ ଜନ
ମୋ ପାଇଁ ଦେବତା
ସେମାନଙ୍କ ଆଳୟ ତ
ମୋ ଚତୁଃ ଧାମ ପରିକା।
ଯିଏ କହୁ ନୈଷ୍ଠିକ ଟା
କି ଲାଭ ବା ମିଳିବ
କଲେ ଦୁଃଖିଜନ ସେବା
ତୋଷ ହେବେ ଦେବତା।
ଏଇ କଥା ଧନ ମୋର
ସଦା ମନେ ରଖିଥା।