STORYMIRROR

Sangita Mishra Satapathy

Inspirational Children

4  

Sangita Mishra Satapathy

Inspirational Children

ଭିନ୍ନ ଜଣେ ନୈଷ୍ଠିକ

ଭିନ୍ନ ଜଣେ ନୈଷ୍ଠିକ

1 min
595


ପିଲାଟିଏ ବୁଲୁଥିଲା 

ନାଁ ତାର ବାବୁଲା

ଅନାଥ ସେ ଥିଲା ସିନା

ନଥିଲା ତ ଚଗଲା।

ଦୟା ବହି ରଖିଦେଲେ

କେହିଜଣେ ଆଶ୍ରମେ

ପାଠ ପଢି ବଡ ହେଲା

ନିଜ ନିଜ ପରିଶ୍ରମେ

ଏବେ ସେତ ବଡବାବୁ

ଅଫିସ୍ ରେ ତା କାମ

ସବୁପରେ ବାବୁଲାର 

ଥିଲା ଏକ ବଦ୍ ଗୁଣ

ରୋଜଗାର ଟଙ୍କା ସାରେ

ସେବା, ଦାନ ,ଦେବାରେ

ଯାଏ ନାହିଁ ମନ୍ଦିର କି 

ପୂଜେ ନାହିଁ ଠାକୁରେ

ଦିନେ ତାକୁ ପଚାରିଲା

ପୁଅ ତାର ଆକୁଳେ

କିମ୍ପା ବାପା ଯାଅ ନାହିଁ 

କୁହ ତୁମେ ମନ୍ଦିରେ

 ପୁଅ ମଥା ସାଉଁଳାଇ

ବୁଝାଇ ସେ କହିଲା 

ଦୁଃଖୀ ଜନ ଠାରେ ମୁହିଁ 

ଦେଖେ ସତ ଠାକୁର

ସମାଜର ଦୁଃଖୀ ଜନ

 ମୋ ପାଇଁ ଦେବତା

ସେମାନଙ୍କ ଆଳୟ ତ 

 ମୋ ଚତୁଃ ଧାମ ପରିକା।

ଯିଏ କହୁ ନୈଷ୍ଠିକ ଟା

କି ଲାଭ ବା ମିଳିବ

କଲେ ଦୁଃଖିଜନ ସେବା

ତୋଷ ହେବେ ଦେବତା।

ଏଇ କଥା ଧନ ମୋର 

ସଦା ମନେ ରଖିଥା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational