STORYMIRROR

DHARITRI SAHU

Tragedy

3.8  

DHARITRI SAHU

Tragedy

ଭିନ୍ନ ଜୀବନ

ଭିନ୍ନ ଜୀବନ

1 min
300


ମୋ ଭିନ୍ନ ଜୀବନ

ନିରବତାର ଚାରିକାନ୍ଥ ଭିତରେ 

ମୁଁ ଅଣନିଃଶ୍ବାସୀ,

ପ୍ରତିଧ୍ୱନୀ ର ନିସ୍ତବ୍ଧତା ମଧ୍ୟରେ 

ମୁଁ ଅବସନ୍ନ,

ଆତ୍ମମ୍ଭରିତାକୁ ଜାବୋଡି ଧରି

ମୁଁ ସଂପୂର୍ଣ୍ଣ ଏକୁଟିଆ,

ବିତି ଯାଇଥିବା ଦିନଗୁଡିକୁ 

ସାଉଁଟି ଧରିବାକୁ 

ଚେଷ୍ଟା କରୁ କରୁ

ମୁଁ ଆଜି ନିଷ୍ଫଳିତ,

ସୁନେଲି ଭବିଷ୍ୟତର 

ସ୍ବପ୍ନଦେଖିବାକୁ

ମୁଁ ସଂପୂର୍ଣ୍ଣ ଅକ୍ଷମ,

ଆପଣାଇବା ଭୁଲିଯାଇ

ମୁଁ ଆଜି

ମୋ ଗୋଲାର୍ଦ୍ଧରେ ବନ୍ଦି,

ସ୍ନେହ ,ଶ୍ରଦ୍ଧା,କରୁଣା 

ମୋର ସମ୍ପୂର୍ଣ୍ଣ ନିଜସ୍ବ,

ସିମିତତାର ପରିଧି ଭିତରେ

ବାନ୍ଧି ହୋଇ 

ମୁଁ ହଜାଇ ବସିଛି

ମୋର ବିବେକ,

ଆଜିର ଅନୁଚିନ୍ତା କରିବାକୁ 

ମୋ ପାଖରେ ନାହିଁ 

ମୋର ଆତ୍ମବିଶ୍ବାସ,

ସବୁ ଶକ୍ତିର ଅପଚୟ କରିଛି 

ମୁଁ ମୋ ମିଥ୍ୟା 

ଅହଂକାର ପାଖରେ,

ସଂପୂର୍ଣ୍ଣ କବଳିତ

ମୋ ଜୀବନ ଏକ

ଦୋଛକି ରାସ୍ତାରେ ।


Rate this content
Log in

Similar oriya poem from Tragedy