ଭିନ୍ନ ଏକ ପୃଥିବୀ
ଭିନ୍ନ ଏକ ପୃଥିବୀ
ଭିଡିଓ କଲିଙ୍ଗ ମଜାତ ନିଆରା ଶାଳୀ,ସଢୁ ସଙ୍ଗେ ଭାବ
ସମୟର ଆଉ ନାହିଁ ତ ଅଭାବ ନୂଆ ଏ ସଂସାର ନାବ।
ବସି,ଶୋଇ ରହି ମନରେ ଅଳସ ଦେହ ଲାଗେ ମାନ୍ଦା ମାନ୍ଦା
ପରଷ୍ପର ଦେଖା ସାକ୍ଷାତମିଳଇ ନେଏଟ ଗୋଲକ ଧନ୍ଦା।
ପୁତୁରା ଝିଆରୀ ଖୁସି ହେଉଛନ୍ତି ନାହିଁ ପାଠ ଟେନସନ
ପିଲାଳିଆ ମନ କାହୁଁ ବା ବୁଝିବ ଅକାଳେ ଯାଏ ଜୀବନ।
ବିପରୀତ ଫଳ ମିଳିଥାଏ ବନ୍ଧୁ ଡେଇଁଲେ ଲକ୍ଷ୍ମଣଗାର
ମନ,ଧନ,ତନ ଦେଇ ବୁଝିଯାଅ ପ୍ରକୃତିର ଅଭିସାର।