STORYMIRROR

Minati Rath

Abstract

2  

Minati Rath

Abstract

ବହି

ବହି

1 min
204

ଖୋଲିଦେଲେ ତାକୁ ଲାଗେ ତ ଯେମିତି ଦୁନିଆଟା ଗଲା ଖୋଲି

ସେଥିପାଇଁ ତାକୁ କହନ୍ତି ସଭିଏଁ ଜ୍ଞାନର ଭଣ୍ଡାର ବୋଲି


ଗପରେ, ଗୀତରେ ଜୀବନର ପାଠ ସହଜେ ଦିଏ ବୁଝାଇ

କେବେ ହସ ଝରେ, କେବେ ଲୁହ ଝରେ, ମନ କିନ୍ତୁ ନିଏ ମୋହି


କଳ୍ପନାର ସୀମା ବିସ୍ତାରିତ କରେ ଅନ୍ଧାର ଦିଏ ହଟାଇ

ଅସମ୍ଭବକୁ ସମ୍ଭବ କରିବା ବାଟ ସେ ଦିଏ ଵତାଇ


ଛବିଳ ମଲାଟ ଫର୍ଦ ପରେ ଫର୍ଦ ରଖେ ଯତନେ ସଜାଇ

ଆଖିକୁ ସପନ, ମନକୁ ସ୍ମରଣ ଶକ୍ତି ଦିଏ ସେ ଯୋଗାଇ


ହାରିଯାଇଥିବା ମଣିଷକୁ ପୁଣି ସାହସ ଦିଏ ଯୋଗାଇ

ଆତ୍ମବିଶ୍ୱାସର ଖିଅଟିଏ ଦିଏ ସ୍ନେହର ହାତ ବଢ଼ାଇ


ଅବସାଦ ଗ୍ରସ୍ତ ରୋଗୀର ବିଷାଦ ପାରେ ନାହିଁ ସେ ତ ସହି

ଖୋଲି ଦିଏ ତାର କୁହୁକ ପେଡ଼ିକୁ ଦୁଃଖ ହରି ନେବା ପାଇଁ


କଥା କହେ ନାହିଁ ତଥାପି ତ ଯେତେ ସମାଧାନ ଦିଏ କହି

ବନ୍ଧୁ ପରି ବନ୍ଧୁଟିଏ ସେ ସଭିଙ୍କ ନାଆଁ ତାର ଅଟେ ବହି


ଛାତିରେ ତା'ର ଲେଖା ହୋଇ ରହେ ଅନେକ ଘଟଣାବଳୀ

କବି ଲେଖକଙ୍କ ଆଶାର ଆକାଶ, ପୁଲକର ନାମାବଳି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract