ଭଗ୍ନ ନୀଡ଼ର ଦୁର୍ବଳ ପକ୍ଷୀ ମୁଁ
ଭଗ୍ନ ନୀଡ଼ର ଦୁର୍ବଳ ପକ୍ଷୀ ମୁଁ
ଭଗ୍ନ ନୀଡ଼ର ଦୁର୍ବଳ ପକ୍ଷୀ ମୁଁ
ଡେଣା ମୋ ଯାଇଛି ଝଡ଼ି
ସ୍ପନ୍ଦନ ହୀନ ଶରୀରଟା ମୋର
ଆଉ ତ ପାରୁନି ଉଡ଼ି ll
ସଂସାରଟା ଭାରି ନିଷ୍ପ୍ରଭ ଲାଗୁଛି
ଦୃଷ୍ଟିର ଅନ୍ତରାଳେ
ମଧୁର କାକଳି କର୍କଶ ଲାଗେ
ଶ୍ରୁତିର ଆଢୁଆଳେ ll
ବାଲ୍ୟ ଚପଳତା ହଜିଗଲା ପରେ
କୈଶୋର ବି ଗଲା ଚାଲି
ଯୌବନଟା ପରା କ୍ଷଣସ୍ଥାୟୀ ବୋଲି
ସାୟାହ୍ନ ରେ ହେଜୁ ଥିଲି ll
ସଂଘର୍ଷ ସୋପାନେ ଉନ୍ମାଦ ଯାତ୍ରା
ଉଚ୍ଛ୍ଵାସ ତରଙ୍ଗେ ଧାଇଁ
ଜରା ଜର୍ଜରିତ ସମୟ ସ୍ରୋତରେ
ଚାଲେ ସ୍ମୃତିଟିଏ ହୋଇ ll
ଅରୁଣିମା ଭରା ସ୍ନିଗ୍ଧ ସକାଳ
ମଧ୍ୟାହ୍ନର ଟାଣ ପଣ
ପ୍ରବେଶି ପ୍ରଦୋଷ ଅମା ଅନ୍ଧକାର
ତୁଟିଯାଏ ଅଭିମାନ ll
ଅଲୋଡ଼ା ଜୀବନ ଆପେକ୍ଷାର ଅନ୍ତ
ଘଟିବ ସେ ଯେଉଁ ଦିନ
ଆତ୍ମା ପକ୍ଷୀ ମୋର ଉଡିଯିବ ପାଇ
ଅନ୍ୟ ନୀଡ଼ର ସନ୍ଧାନ ll
ରହିଯିବ ଏଠି ଟିକିଏ ସୁଗନ୍ଧ
ଯଦି ଅବା କିଛି ଥିବ
ଫେରନ୍ତା ପଥରେ ପୁଷ୍ପ ବରଷିବ
ଆହା ପଦ ଶୁଭୁଥିବ ll