ଭଗ୍ନ ମନ୍ଦିର..ଭଗ୍ନ ମୁଖଶାଳା..
ଭଗ୍ନ ମନ୍ଦିର..ଭଗ୍ନ ମୁଖଶାଳା..
ଇପ୍ସିତ କୋଣାର୍କ ବିସ୍ମୃତି ର ଗର୍ଭେ
ତୁହାଇ ତୁହାଇ ବିଳାପ କରେ
ତୁମ ହାତ ଛୁଆଁ ଅଧାଗଢା ମୂର୍ତ୍ତି
ନିରବେ ନିଶବ୍ଦେ ପ୍ରଳାପ କରେ
ପ୍ରେମ ପ୍ରଣୟ ର ମନଛୁଆଁ ଗୀତି
ନିଶବ୍ଦେ ନିର୍ଜନେ ଗୁଞ୍ଜରୁଥାଏ
ବିରହିଣୀ ପ୍ରିୟା ଯମୁନା କୂଳ ରେ
ଆଜିବି କାହିଁକି ବିଳପୁ ଥାଏ
କଥା ଦେଇ କଥା ରଖିଲନି ସାଥି
ଛାଡ଼ି ଚାଲିଗଲ ଏକାକୀ କରି
ତୁମ ବିନା ହେଲେ ବଞ୍ଚିବା ଶିଖାଇ
ଯାଇଥାନ୍ତ ମୋତେ ମୂର୍ତ୍ତି ଟେ କରି
ମନେ ଭରି ସ୍ନେହ, ପ୍ରେମ, ପ୍ରୀତି ଧାରା
ଉଜାଣି ଯମୁନା ଉଜାଡ଼ି ଦେଲ
ଅଲୋଡ଼ା ହୋଇଛି ପ୍ରୀତିର ପସରା
ସରାଗ ରେ ତୁମେ ସଜାଡି ଥିଲ
ଏ ଜନମ ଭାବ ଆରଜନମ ରେ
ସହଜ ରେ ତୁମେ ବୁଝାଇଦେଲ
ସାତ ଜନମ କୁ ସାଥି ହେବା କହି
ଅଧା ଜୀବନ ରେ ଛାଡି ଚାଲିଲ !!
ଦେଖା ହେବ ଯେବେ ତୁମ ସହ ସାଥି
ଏ ଜନ୍ମ ହେଉକି ଆର ଜନମ
ଶକ୍ତ ପ୍ରେମ ଡୋରେ ବାନ୍ଧି ମୁଁ ରଖିବି
ନ ଛାଡ଼ିବି ଆଉ ସାତ ଜନମ ....
ସୁଜାତା ମହାପାତ୍ର