STORYMIRROR

Sambit Srikumar

Abstract Classics Inspirational

3  

Sambit Srikumar

Abstract Classics Inspirational

ଭଦ୍ରଲୋକ

ଭଦ୍ରଲୋକ

1 min
138

ତୁଣ୍ଡରେ ବିଶୁଦ୍ଧ ପୁତ ପବିତ୍ର ବାକ୍ଯ ଉଚ୍ଚାରଣ

ଅନ୍ତରେ ହଳାହଳ କରୁଥାନ୍ତି ବିଷ ଉଦ୍ଗୀରଣ

ଉଚ୍ଚାରଣ ଆଚରଣରେ ଭୂତଳ ଆକାଶ ପାର୍ଥକ୍ୟ

ଏଇମାନେ ସମାଜର ଅଟନ୍ତି ମହାମାନ୍ଯ ଭଦ୍ରଲୋକ।

ଦିବାଲୋକରେ ଦିଅନ୍ତି ଧାର୍ମିକ ସାତ୍ତ୍ଵିକ ପ୍ରବଚନ

ରାତ୍ରୀର ଅମା ଅନ୍ଧକାରେ କରନ୍ତି ଲଳନା ହରଣ

ଦେଶବିଦେଶୁ କରି ନାନାଦି ଉପାଧି ଆହରଣ

ନିଜକୁ ବୋଲାଇ ହୁଅନ୍ତି ସୁଧୀ ଜ୍ଞାନୀ ବିଜ୍ଞ ଗଣ।

ଶୁଭ୍ର ପୋଷାକ ପରିଧାନ କରି ଭଣ୍ଡ ସମାଜସେବକ

ସାଜିଥାନ୍ତି ସମାଜର ବଡପଣ୍ଡା ରାଜନୀତିରେ ସୁଦକ୍ଷ

ଅହର୍ନିଶି ରଙ୍ଗ ବଦଳେଇବାରେ ଏହିମାନେ ସିଦ୍ଧହସ୍ତ

ଭଦ୍ରାମିର ମୁଖା ତଳେ ଲୁପ୍ତ ଥାଏ ଚତୁର ପ୍ରତାରକ।

ଭଦ୍ରଜନ ଭଦ୍ରାମିର ପାବନ ନାମରେ ଏମାନେ କଳଙ୍କ

ହେ ଦୁନିଆବାସୀ! ଏଇ ପ୍ରବଞ୍ଚକ ଗଣେ ଚିହ୍ନି ରଖ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract