STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

The courageous women

The courageous women

1 min
944


ମାତୃଶକ୍ତି ଗୁଞ୍ଜେ ଯୁଦ୍ଧ କ୍ଷେତ୍ରେ ନିତ୍ୟେ

  ବାୟୁ ସେନା ରୂପେ ଆଜି,

ଯାହାର ଜନ୍ମଟି ମହିଳା ଗର୍ଭରୁ

  ଯୋଦ୍ଧା ପାଇଲଟ୍ ଆଜି।


ପାଇଲଟ୍ ରୂପେ ସାଜିଛି ମହିଳା

  ଏହୁତ ନୂଆ ଭାରତେ,

ବୀରଙ୍ଗନା ସେ ଅବନି ଚତୁର୍ବେଦୀ

  ଗୌରବାନିତ୍ଵ ଭାରତେ।


ମହିଳା ଶକ୍ତିର ପରିଚୟ ଦେଲା

 ନୂଆ ଭାରତରେ ଏହୁ,

ପ୍ରେରଣା ହିଁ ତାର ଗୁଞ୍ଜନ କରିଲା

 ମହିଳାଙ୍କ ମଧ୍ୟେ ସେହୁ।


ତିନି ସେନା ମଧ୍ୟେ ମହିଳା ସୈନିକ

  ନାରୀ ଶକ୍ତି ଭରି ଦେଲା,

ସବୁ ଯୁଗେ ପରା ମାତୃଶକ୍ତି ଶ୍ରେଷ୍ଠ

  ନୂଆ ଭାରତ ହିଁ କଲା।


ଧର୍ଯ୍ୟ ପ୍ରତିମୂର୍ତ୍ତି ସେବା ପ୍ରତିମୂର୍ତ୍ତି

  ମାତୃ ପ୍ରତିମୂର୍ତ୍ତି ପରା,

ପଟାନ୍ତର ନାହିଁ ଶକ୍ତି ହିଁ ତାହାର

  ତ୍ୟାଗ ପ୍ରତିମୂର୍ତ୍ତି ପରା।


ଆଦିଶକ୍ତି ମାତା ଲକ୍ଷ୍ମୀ ରୂପା ମାତା

  ଜ୍ଞାନ ରୂପା ସରସ୍ୱତୀ,

ଶକ୍ତି ରୂପା ମାତା ଜନ୍ମଦାତ୍ରୀ ମାତା

  ସୀତା ଅନୁସୟା ସତୀ।


ନୂଆ ଭାରତରେ ଗୁଞ୍ଜେ ନାରୀ ଶକ୍ତି

  ଏହୁତ ରାଷ୍ଟ୍ର ସଂସ୍କୃତି,

ସବୁ କ୍ଷେତ୍ରେ ଏବେ ଗୁଞ୍ଜୁଛି ମହିମା

  ଏହୁତ ଭାରତ ନୀତି।


ସଶକ୍ତିକରଣ ନୂଆ ମନ୍ତ୍ର ଏବେ

  ଗୁଞ୍ଜୁ ଅଛି ରାଷ୍ଟ୍ର ମଧ୍ୟେ

ନୂଆ ଭାରତର ନୂଆ ଇତିହାସ

  ଲେଖା ହୁଏ ରାଷ୍ଟ୍ର ମଧ୍ୟେ।


ଅସମ୍ଭବ ଏବେ ସମ୍ଭବ ହେଉଛି

  ଗୁଞ୍ଜେ ନାରୀ ଶକ୍ତି ଭବେ,

ଏବେ ସବୁ କ୍ଷେତ୍ରେ ମହିଳା ଆଗୁଆ

  ବିଶ୍ବେ ନାରୀ ଶକ୍ତି ରାବେ।


ରାଷ୍ଟ୍ରର ପ୍ରଧାନ ଶକ୍ତିରେ ଭୂଷଣ

  ବିଭୁ ଶକ୍ତି ପରା ଏହା,

ଦିନରାତ୍ର କାର୍ଯ୍ୟ ରାଷ୍ଟ୍ରର ମଙ୍ଗଳେ

   ଶକ୍ତିକି ଈଶ୍ବରୀ ଏହା।


ନାରୀ ଶକ୍ତି ଯହିଁ ଅତି ବଳିଆର

  ଏହୁତ ଭାରତ ଭୂମି,

ସୀତା କର୍ମସ୍ଥଳୀ ଲକ୍ଷ୍ମୀପୂର୍ଣ୍ଣା ସ୍ଥଳୀ

   ଏହୁତ ଧର୍ମର ଭୂମି।


ଶକ୍ତି ଭୂମି ଏହୁ ଭୂମି ସତୀଙ୍କର 

   ତପ୍ୟାସର ଏହୁ ଭୂମି,

ଗୁଞ୍ଜେ ବିଶ୍ବେ ଯାର ମମତା ଓ ପ୍ରେମ

   ତ୍ୟାଗ ବଳିଦାନ ଭୂମି।






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract