Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ଶଙ୍ଖ

ଶଙ୍ଖ

1 min
303


ଏକ ସଂକୀର୍ଣ୍ଣ ସୂକ୍ଷ୍ମ ଗହ୍ୱରରୁ

ବାଜି ଉଠେ ଦିବ୍ୟନାଦ

ଯାହା କମ୍ପିତ କରେ

ହୃଦୟର ତନ୍ତ୍ରୀ,

ସମ୍ମୋହିତ କରିଦିଏ

ଚଞ୍ଚଳ ଚିତ୍ତକୁ

ଓ ସମାହିତ କରେ

ବିଳାସୀ ବୁଦ୍ଧିର

ଭ୍ରମିତ ଓ ଅସଜଡ଼ା ଗ୍ରନ୍ଥି । 


ଫିଟିଯାଏ ଭକ୍ତିର

ରୁଦ୍ଧ ନବଦ୍ବାର

ଅନ୍ଧାରୀ ମନ୍ଦିରେ ଜଳେ

ଜ୍ଞାନର ସ୍ଥିରଶିଖା ବତୀ,

ବିଭୁ ପଦେ ଗାଢ଼ ହୁଏ

ବିଷୟ-ଗ୍ରସିତ ଏଇ

ଭାରାକ୍ରାନ୍ତ ବାଧ୍ୟ ମୁଢ଼ମତି

ଗଢ଼ିଉଠେ ଅନାହତେ

ଆତ୍ମାର ସ୍ୱ-ସ୍ୱରୂପ

ଓ ସୁମହାନ କୀର୍ତ୍ତି । 


Rate this content
Log in