STORYMIRROR

Prakash ranjan Swain

Abstract Inspirational

3  

Prakash ranjan Swain

Abstract Inspirational

ସ୍ବାଧୀନତାର ମୂଲ୍ୟ

ସ୍ବାଧୀନତାର ମୂଲ୍ୟ

1 min
188

କୁହ ଏମିତି ସ୍ଵାଧୀନତା ତୁମେ କେଉଁଠି ପାଇବ

ତୁମ ମନ ନେଇ ତୁମେ କାମ କରିବ

ତୁମ ପସନ୍ଦର ସବୁ ପିନ୍ଧିବ

କୁହ ଏମିତି ଦେଶ କେଉଁଠି ଅଛି

ଆମ ପରି ସ୍ଵାଧୀନତା ଦେଇଛି।

ଭାରତ ଯାହାର ନାମ ହେଇଛି

ତାର କୋଳରେ ଆମକୁ ଜନ୍ମ ଦେଇଛି

କୁହ ଏମିତି ଦେଶ କେଉଁଠି ଅଛି।

ନିଜ ପସନ୍ଦର ଖାଦ୍ୟ

ନିଜ ପସନ୍ଦର ପାନୀୟ

ନିଜ ଅନୁସାରେ ଶୟନ

ଆଉ ନିଜ ମନ ନେଇ ସୂର୍ଯ୍ୟ ଦର୍ଶନ ।

କୁହ ଏମିତି ଗୋଟେ ଦେଶ କେଉଁଠି ଅଛି

ଯିଏ ତୁମକୁ ଏତେ ସ୍ଵାଧୀନତା ଦେଇଛି।

ନିଜ ଶାସନକୁ ନିଜେ ବାଛିବ

ଶାସିତ ହେଇ ପୁଣି ଶାସନ କରୁଛ

ସ୍ବାର୍ଥ ନ ପୁରିଲେ ବିଦ୍ରୋହ କରି

ଶାସକକୁ ପୁଣି ଶାସିତ କରିବ।

କୁହ ଏମିତି ଦେଶ କେଉଁଠି ଅଛି

ଯିଏ ତୁମକୁ ଏତେ ସ୍ଵାଧୀନତା ଦେଇଛି।

ନା ଲାଗିଛି କର ତୁମ କଥା ଉପରେ

ଆଉ

ନା ଲାଗିଛି କର ତୁମ ସ୍ବପ୍ନ ଉପରେ

କୁବାକ୍ୟ ଅବା ସୁବାକ୍ୟ ର ପ୍ରୟୋଗ

ଯାହାବି ଶୁଣିଛ ମନ ନେଇ କରିଛ

ରାତିର ସ୍ବପ୍ନକୁ ବନ୍ଦ ଆଖିରେ ଦେଖି

ସକାଳ ସାଥିରେ

ଖୋଲା ଆଖିରେ ତୁମେ ସବୁ ଭୁଲିଛ।

କୁହ ଏମିତି ଦେଶ କେଉଁଠି ଅଛି 

ଯିଏ ତୁମକୁ ଏତେ ସ୍ଵାଧୀନତା ଦେଇଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract