STORYMIRROR

Manorama Mohanty

Abstract

3  

Manorama Mohanty

Abstract

ହେ ନାରୀ

ହେ ନାରୀ

1 min
758


ତୁମ ସ୍ନେହ ଏମିତିକା ଅଲୌକିକ ପାରିଜାତ ଯେ 

  ଏମିତି ଭାବିବା ମାତ୍ରେ ହିଁ, ଦିଗବିଦିଗ ମହକିଯାଏ, 

 ତୁମ ଅଧିକାର ନିଷ୍କରୁଣ ପବନ ର ପରାକ୍ରମ, 

ମୋର ଦୁର୍ବଳ ଅସ୍ତିତ୍ବକୁ ଚିରାଚରିତ ଜାଗାରୁ ଛିଣ୍ଡାଇ ଦିଏ ପତ୍ରଟି ପରି ଭସାଇଦିଏ 

ଯେତେ ଆଗକୁ ଆଗକୁ

   ତୁମେ ଲାଗ ମୋର ସେତେ ନିକଟ 

  ଅଧିକ ନିଜ ନିଜ

ମୁହଁ ରେ ତୁମ ଅପରୂପ ସକାଳର ଶୁଭ୍ରା ଲୋକ 

ନିର୍ଲିପ୍ତ ଉଦାସ, ଅଥଚ 

   ତୁମ ସେହି ଅକସ୍ମାତ ହସ 

ସତେ ବା ସମୟକୁ ଭୁଲିଯାଇଥିବା ଉଦାର ସୂର୍ଯ୍ୟକୁ 

   ଏକ ଚିରସ୍ଥାୟୀ ସକାଳର 

ଯାହା ନିମିଷଟେ ବିଛାଡ଼ି ପଡିଲେ ମୋ ଅଗଣାରେ

ବିସ୍ତୃତ ସବୁଜିମା ମୁକୁଳିତ ହୋଇଯାଏ ସାଙ୍ଗେ ସାଙ୍ଗେ ।

ପ୍ରଜାପତି ର ରଙ୍ଗୀନ ଡେଣା ରେ 

ନେସି ହୋଇଯାଏ ମଧୁ ଶୋଷିବାର ନିଶା

ମନେ ପକାଇବାକୁ ଚେଷ୍ଟାକରେ

କେତେବେଳେ ତୁମ ଅଜାଣତରେ ମୁଁ ତୁମର ସାନିଧ୍ୟ କୁ ମାତୃବତ ସାଲ୍ୟୁଟ ମାରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract