STORYMIRROR

DHARITRI SAHU

Classics

4  

DHARITRI SAHU

Classics

ଭଡାଘର

ଭଡାଘର

1 min
249

ପ୍ରତିବର୍ଷ ଏକ ନୂଆ ଭଡାଘର 

ଠିକଣା ତ ନୂଆ ହୁଏ,

ନୂଆ କରି ଘର ସଜା ଯାଉଥାଏ

ନୂଆ ଦେଖା ଯାଉଥାଏ।

ନୂଆ ହାଣ୍ଡିଶାଳ ନୂଆ କି ରୋଷେଇ

ନୂଆ ଲାଗେ ପରିବେଶ,

କେବେ ଲାଗେନାହିଁ ଇଏ ଭଡାଘର

ସଭିଏଁ ଥାନ୍ତି ହରଷେ।

ସ୍ନେହ ମମତାର ବନ୍ଧା ଯେଉଁ ଘର

ବନ୍ଧନ ତ ଶକ୍ତ ଥାଏ,

ଛୋଟିଆ ଘରରେ ଅଧିକ ମଣିଷ

ଯିଏ ଯେଉଁଠାରେ ଶୁଏ।

ଇଏ ମୋ ଘର ସିଏ ତା ଘର

ଭାବିବାକୁ ନାହିଁ ତର,

ସଭିଙ୍କର ସିଏ ଆନନ୍ଦ କୁଟୀର

ପିଲାଙ୍କର ଆମ ଘର।

କେତେ ଯେ ଠିକଣା ବଦଳି ଯାଇଛି

ବଦଳିଲା ନାହିଁ ମନ,

ନିଜ ଘର ଯେବେ ହେଲା ସେବେ ଠାରୁ

ସବୁ ଲାଗେ ଭିନ୍ନ ଭିନ୍ନ।

କାହା ମନ କା ସାଥିରେ ନ ମିଶେ

ଗୋଟେ ଘର ଶହେ କୋଶ,

ଚାରୋଟି ଲୋକଙ୍କୁ ତିନୋଟି ମହଲା

ତଥାପି ବି ଅବଶୋଷ।

ସେହି ଭଡ଼ାଘରେ ଯେତେ ସବୁ ସ୍ମୃତି

ଦୁଃଖ ସୁଖ ହସ କାନ୍ଦ,

ଆଜି ସେହି ସବୁ ସପନ ଲାଗୁଛି

କରମ କି ହେଲା ମନ୍ଦ।

ଭଲ ଥିଲା ଛୋଟ ଭଡାଘର ଥିଲା

ଥିଲା ତ ପ୍ରେମର ଫଲ୍ଲଗୁ,

ଭଗବାନଙ୍କର କରୁଣା ମିଳିଲା

ଦାନ ଦେଲେ ଏ ତ ସବୁ।

ଜୀବନର ବଡ଼ ସ୍ବପ୍ନଟିଏ ଥିଲା

ନିଜ ଘରଟିଏ ହେଉ।

ଘର ମାଲିକଙ୍କ ଦାଉ ସହି ସହି

ଅତିଷ୍ଠ ଲାଗେ ସେ ଭାଉ।

ସବୁତ ମିଳିଲା ଶାନ୍ତି କିଏ ନେଲା

କେଉଁ ଘରେ ରହିଗଲା,

କେତେ ଭଡାଘର ବଦଳାଇଛି ମୁଁ

କେଉଁ ଠାରେ ହଜିଗଲା।

କେଉଁଠି ଖୋଜିବି ଠିକଣା ତା କାହିଁ

କିଏ ସେ କହିବ ମୋତେ,

ଉପାୟ ଶୂନ୍ୟ ମୁଁ ରକ୍ଷାକର ପ୍ରଭୁ

ଶାନ୍ତି ଫେରାଅ ମୋ ହାତେ।



Rate this content
Log in

Similar oriya poem from Classics