ଅଣସର ସେବା
ଅଣସର ସେବା
ଶ୍ରୀଜଗନ୍ନାଥଙ୍କ ଲୀଳା ଶ୍ରୀମନ୍ଦିରେ
ରହସ୍ୟମୟ ସେ' ଲୀଳା
ଅଣସର ଅବକାଶ ତନ୍ମଧ୍ୟରୁ
ଅନ୍ୟତ୍ତମ ଶ୍ରେଷ୍ଟ ଲୀଳା
ବିଚିତ୍ର ବିଧି ଓ ବିଧାନ ସହିତ
ଶ୍ରୀଜୀଉଙ୍କ ରୀତି ନୀତି
ନିଷ୍ଠା,ଭକ୍ତି ପୁଣି ବିଶ୍ୱାସର ଧାରେ
ସଂସ୍କାର ବିଧି ସମ୍ପ୍ରତି
ସାଧାରଣ ଭକ୍ତ ସହ ପରଂବ୍ରହ୍ମ
ଏକ ଆବେଗିକ ଭାବ
ଅଣସର ସେବା ଗୁପ୍ତ ବିଧି ସହ
ଅଭାବରେ ଯୋଡେ ଭାବ
ଜ୍ୟେଷ୍ଠ ପୂର୍ଣ୍ଣିମା ବା ସ୍ନାନ ପୂର୍ଣ୍ଣିମାରେ
ପ୍ରତ୍ୟକ୍ଷ ସ୍ନାନ ସହିତ
ଏକ ଶତ ଆଠ ଗରା ଭର୍ତ୍ତି ପାଣି
ହୋଇଥାଏ ବ୍ୟବହୃତ
ଲୌକିକ ମତରେ ଅତ୍ୟଧିକ ସ୍ନାନ
ଜୀଉଙ୍କ ଜ୍ଵର କାରଣ
ଗଜାନନ ବେଶ ସମାପନ ପରେ
ଅଣସରକୁ ଗମନ
ଦଇତାପତିଙ୍କ ସେବା ଅଧିକାର
ପୁଣି ବିଶ୍ଵାବସୁ ସ୍ମୃତି
ସ୍ନାନ ପୂର୍ଣ୍ଣିମାରେ ସ୍ନାନ ଉପରାନ୍ତ
ହୁଏ ରଙ୍ଗ ବୋଳା ନୀତି
ଜ୍ଵର ପ୍ରଭାବରେ ଶ୍ରୀଅଙ୍ଗରେ ପୀଡ଼ା
କ୍ରମେ ହୁଏ ଅନୁଭୂତ
ଆୟୁର୍ବେଦ ପଦ୍ଧତି ଅନୁସରଣେ
ମୋଦକ ହୁଏ ଲେପିତ
ଦଶ ପ୍ରକାରର ଚେର ମୂଳି ଛେଚି
ମୋଦକ ହୁଏ ପ୍ରସ୍ତୁତ
ଶ୍ରୀଅଙ୍ଗରୁ ପୀଡ଼ା ଉପଶମ ପାଇଁ
ମୋଦକ ହୁଏ ଲେପିତ
କୃଷ୍ଣପତ୍ରି,ନବାଙ୍କୁଡ, ଅଙ୍କରାନ୍ତି, ଅଗିବଧୁ
ଗନ୍ଧଣା ,ବେଲ, ପାଟଳି
ଠଣଠଣା, ଶାଳପତ୍ରି ଓ ଗୋଖରା
ମିଶି ଦଶ ଚେର ମୂଳି
ଚେର ମୂଳି ମୋଦକ ଲେପନ
ପରେ ତେଲ ଫୁଲୁରି
ସୁଗନ୍ଧିତ ପୁଷ୍ପ ସହ ଆବଶ୍ୟକ ଦ୍ରବ୍ୟ
ମିଶ୍ରଣରେ ବି ତିଆରି
ବର୍ଷକ ପୂର୍ବରୁ ପ୍ରସ୍ତୁତ ପ୍ରଣାଳୀ
ବଡ ଓଡ଼ିଆ ମଠରେ
ଅଣସର ବିଧି ପାଇଁ ଅର୍ପଣ ବିଧି
ପରମ୍ପରା ଆଧାରରେ
କରାଳ କର୍ମ ପରେ ଶ୍ରୀଅଙ୍ଗ ଫିଟା
ପଇତା ଫୁଲୁରି ଲାଗି
କ୍ରମାଗତ ସେବା ଲାଗି ରହିଥାଏ
ପ୍ରଭୁଙ୍କ ସୁସ୍ଥତା ଲାଗି
ପଟ୍ଟା ବନ୍ଧନ ଓ ମସୃଣ ଲେପନ
ଚକା ବିଜେ ଅନୁରୂପ
ଚନ୍ଦନ,ଖଡ଼ି,ଔଷଧ ଓ ବନକ
ପରେ ଚକା ଅସରପ
ଆଷାଢ଼ ଅମାବାସ୍ୟା ତିଥିରେ ହୁଏ
ନବ ଯୌବନ ଦର୍ଶନ
ଉଭା ଅମାବାସ୍ୟା ଲୌକିକ ମତରେ
ଭକ୍ତ କରନ୍ତି ଦର୍ଶନ
ସାଧାରଣ ଆଉ ମହା ଅଣସର
ଅଛି ଅଲଗା ବିଧାନ
ନବକଳେବର ବେଳେ ମହା ଅଣସର
ଅନ୍ୟ ବେଳେ ସାଧାରଣ
ପନ୍ଦର ଦିନର ଅବଧି ନିୟମ
ସାଧାରଣ ଅଣସରେ
ପଞ୍ଚ ଚାଳିଶ ଦିନର ବିଧାନ
ନୀତି ମହା ଅଣସରେ
ଅଣସର ସମୟରେ ଗର୍ଭ ଗୃହେ
ପଟି ଦିଅଁ ପୂଜା ମାନ୍ୟ
ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ବିଧାନ
ଅଲାରନାଥ ଦର୍ଶନ
ଅଣସର ଆଢ଼ୁଆଳରେ ବିଶ୍ରାମ
ଅବା ଲିଭା ରଙ୍ଗ ଲାଗି
ସବୁକିଛି ପ୍ରାୟ ମାନବୀୟ ଲୀଳା
ଭକ୍ତଙ୍କ ବିଶ୍ୱାସ ଲାଗି
ବିଶ୍ଵାବସୁ ର ଭକ୍ତି ସ୍ମୃତି ଆକାରେ
ଅବା ବିଶ୍ରାମର ଧାରା
ଅବା ସ୍ନାନ ବେଳେ ଲିଭା ରଙ୍ଗ ଲାଗି
ସବୁକିଛି ହିଁ ନିଆରା
ଦେବତାଙ୍କୁ ମାନବ ଆକାରେ ପାଇ
ସୁଯୋଗ ସେବା ଅର୍ଥରେ
ସୁଖ ଦୁଃଖେ ସହ ଭାଗୀ ହେବା ଲାଗି
ଅଣସର ସମୟରେ
ପିତୃ ପୁରୁଷଙ୍କ ନାମ ଜ୍ଞାତ ବିନା
ଜଗନ୍ନାଥ ନାମ ସ୍ମରି
ଘରର ସଦସ୍ୟ ଭାବେ ଜଗନ୍ନାଥ
ଶ୍ରାଦ୍ଧ ବେଳେ ସର୍ବୋପରି
ଧନ୍ୟ ମହାପ୍ରଭୁ ଧନ୍ୟ ତାଙ୍କ ଲୀଳା
କଳିରେ ହୁଏ ପ୍ରକଟ
ଅଣସର ହେଉ ଅବା ଘୋଷ ଯାତ୍ରା
ସବୁରି ମୂଳେ ତା' ନାଟ
