STORYMIRROR

Bidyadhar Mantry

Abstract Classics Others

3  

Bidyadhar Mantry

Abstract Classics Others

ମୁକତି ପସରା ଦେଖ

ମୁକତି ପସରା ଦେଖ

1 min
7


ମୁକ୍ତିର ପସରା ଖୋଲା ରହିଅଛି

ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିରେ

ମୁକ୍ତି ପଥ ଯାତ୍ରୀ ନିରେଖି ଦେଖୁଛି

କଳା ଚାନ୍ଦ ନୀରବରେ

କେତେ ପାପୀ ନିତି ଧାଇଁ ଯାଉଛନ୍ତି 

ମୁକତି ଲଭିବା ପାଇଁ

କେତେ ପରିମାଣ ପାପ ଧୋଇ ହେଲା

ସେ କଥା ଜାଣି ନୁହଇ

କାଳିଆ ନାମରେ ହାତ ଟେକି ଦେଇ

ପାପୀ କହେ ରକ୍ଷା କର

ମୁକତି ପସରା ଖୋଲା ଅଛି ଜାଣି

ବଡ ଦାଣ୍ଡେ ଜୟକାର 

ମୁକତି ମିଳୁ କି ନ ମିଳୁ କାହାକୁ

ପେଟ ପୁରେ କୈବଲ୍ୟ ରେ

ସତେ କି ଅମୃତ ସେବନ ହେଉଛି

ପାପୀ ଫେରୁଛି ଶାନ୍ତିରେ

କେତେ ରାଜ ନେତା କେତେ ଅପରାଧୀ

ମୁକ୍ତି ଲଭିବା ଆଶାରେ

ମୁକ୍ତିର ପସରା ନିକଟେ ଗୁହାରି

ହୁଏ ଭୟ ଭକ୍ତି ଭରେ ।


କଳି କାଳେ କଳି କଳୁଷ ହରଣ

କଥା ଜାଣେ କଳା ଚାନ୍ଦ 

ପାପୀ ଅପରାଧୀ ଭିଡ ଲାଗି ଅଛି 

ଦର୍ଶନେ ମିଳେ ଆନନ୍ଦ

ଲୋକ ଦେଖାଣିଆ ଦିଅଁ ଦରଶନ

ସତେ ଯେପରି ଭ୍ରମଣ

ମୁଖରେ କାଳିଆ ହୃଦରେ ଗୋଳିଆ

ଭକ୍ତି ଭାବନା ବିହୀନ 

ତଥାପି କାଳିଆ ଇଶାରା କରୁଛି

ମୁକତି ପସରା ଦେଖ

ଭଜନ କୀର୍ତ୍ତନ ନ ହେଲେ ନ ହେଉ

ଦେଖ କଳା ଚାନ୍ଦ ମୁଖ ।



Rate this content
Log in

Similar oriya poem from Abstract