STORYMIRROR

Bidyadhar Mantry

Abstract Classics Others

3  

Bidyadhar Mantry

Abstract Classics Others

ମୁକତି ପସରା ଦେଖ

ମୁକତି ପସରା ଦେଖ

1 min
15


ମୁକ୍ତିର ପସରା ଖୋଲା ରହିଅଛି

ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିରେ

ମୁକ୍ତି ପଥ ଯାତ୍ରୀ ନିରେଖି ଦେଖୁଛି

କଳା ଚାନ୍ଦ ନୀରବରେ

କେତେ ପାପୀ ନିତି ଧାଇଁ ଯାଉଛନ୍ତି 

ମୁକତି ଲଭିବା ପାଇଁ

କେତେ ପରିମାଣ ପାପ ଧୋଇ ହେଲା

ସେ କଥା ଜାଣି ନୁହଇ

କାଳିଆ ନାମରେ ହାତ ଟେକି ଦେଇ

ପାପୀ କହେ ରକ୍ଷା କର

ମୁକତି ପସରା ଖୋଲା ଅଛି ଜାଣି

ବଡ ଦାଣ୍ଡେ ଜୟକାର 

ମୁକତି ମିଳୁ କି ନ ମିଳୁ କାହାକୁ

ପେଟ ପୁରେ କୈବଲ୍ୟ ରେ

ସତେ କି ଅମୃତ ସେବନ ହେଉଛି

ପାପୀ ଫେରୁଛି ଶାନ୍ତିରେ

କେତେ ରାଜ ନେତା କେତେ ଅପରାଧୀ

ମୁକ୍ତି ଲଭିବା ଆଶାରେ

ମୁକ୍ତିର ପସରା ନିକଟେ ଗୁହାରି

ହୁଏ ଭୟ ଭକ୍ତି ଭରେ ।


କଳି କାଳେ କଳି କଳୁଷ ହରଣ

କଥା ଜାଣେ କଳା ଚାନ୍ଦ 

ପାପୀ ଅପରାଧୀ ଭିଡ ଲାଗି ଅଛି 

ଦର୍ଶନେ ମିଳେ ଆନନ୍ଦ

ଲୋକ ଦେଖାଣିଆ ଦିଅଁ ଦରଶନ

ସତେ ଯେପରି ଭ୍ରମଣ

ମୁଖରେ କାଳିଆ ହୃଦରେ ଗୋଳିଆ

ଭକ୍ତି ଭାବନା ବିହୀନ 

ତଥାପି କାଳିଆ ଇଶାରା କରୁଛି

ମୁକତି ପସରା ଦେଖ

ଭଜନ କୀର୍ତ୍ତନ ନ ହେଲେ ନ ହେଉ

ଦେଖ କଳା ଚାନ୍ଦ ମୁଖ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract