STORYMIRROR

Sunanda Mohanty

Classics

3  

Sunanda Mohanty

Classics

ଯିବା ବହୁ ଦୂର

ଯିବା ବହୁ ଦୂର

1 min
19


ଖୋଜିବାକୁ ଅନେକ କିଛି 

ଆଶା ସଳିତା ଆଉ କେତେ ବାକି 

ପଥ ଓ ପାଥେୟ ପ୍ରସ୍ତୁତି ସରିଛି 

ଜଗା ଦଉଡି ଧରି ଭିଡୁଛନ୍ତି ଅନେକ କିଛି 

କାହାକୁ ସତ କାହାକୁ ମିଛି ମିଛି 

ପ୍ରାରବ୍ଧ କର୍ମ ଫଳିଛି ବୋଲାଉଛି 

ମନ କଷ୍ଟ ଅନେକ ପାଉଛି 

କିଏ କୋଉ ପାପ କରିଥିଲା କୋଉ ଜନ୍ମେ 

ଏ ଜନ୍ମେ ଫଳ ପାଉଛି 

କଥାଟା ଭାରି ବାଧୁଛି 

ପାପ ପୁଣ୍ୟ ନଜାଣି ଦୁଃଖ ସୁଖ ଭୋଗିବା 

ଉଚିତ କି ହେଉଛି 

ଖୋଜି ସେ ମାଳିକା ବହି ନପାଇଛି 

କିଏ ରଖିଥିବ ସେ ବିହି ବହି 

ସମ୍ପର୍କ, ଭକ୍ତି ନିଷ୍ଠା ଦ୍ୱାହି ଦେଇ 

ପୃଷ୍ଠା ପରେ ପୃଷ୍ଠା ଖୋଲିଦେଇ 

ଦେଖାଇ ଦିଅନ୍ତା କେହି ସତ ମିଛ 

କିଏ କେତେ ବା ଜାଣି ପହଁରୁଛି 

ସନ୍ୟାସୀ ସାଧୁ ସନ୍ଥ କହନ୍ତି ଭବିଷ୍ୟତ 

ଅତୀତ ମାନେ ପିଛିଲା ଜନ୍ମ କାହାଣୀ 

ସତ ମିଛ କେତେ କିଏ ଠିକ କହୁଛି 

ନଜାଣିବା ପର୍ଯ୍ୟନ୍ତ ଏ ଆକାଶ ତାରା ସୂର୍ଯ୍ୟ ଚନ୍ଦ୍ର 

ଆକାଶରେ ଥିବା ସ୍ୱର୍ଗର ଦେବ ଦେବ ଇନ୍ଦ୍ର 

ଖରା ବର୍ଷା ଶୀତ ବସନ୍ତ ଶରତକୁ ଧରାକୁ 

ଦେଲାବେଳେ ଆଗପଛ କରି 

ତାଙ୍କ ପ୍ରାରବ୍ଧ ନିଶ୍ଚୟ ଦେଖିଛନ୍ତି ବୋଲି 

କହୁଛି ସାଧବବୋହୁ ସହ ପ୍ରକୃତି ଖୋଲି 

ନହେଲେ ଏ ଅସନ୍ତୁଳନ କାହିଁକି ଲାଗିଛି 

ପ୍ରକୃତିର ମନମାନୀ ଲୁଚାଛପା ଖେଳର 

କାରକ କାରଣ ନିଶ୍ଚୟ ରହିଛି 

କୋଉଠି ପାଇବାକୁ ଏକାକୀ ପାରୁନି 

ଆସ ଆସ ସଭିଙ୍କୁ ଡାକୁଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics