ମହାନ ହୁଅନା ଭାଙ୍ଗିକାହା ସ୍ବପ୍ନ
ମହାନ ହୁଅନା ଭାଙ୍ଗିକାହା ସ୍ବପ୍ନ
ମହାନ ହୁଅନା ଭାଙ୍ଗି କାହା ସ୍ବପ୍ନ
ଦେଖୁଛନ୍ତି ଭଗବାନ,
ସମୟ କାହାର ସମାନ ଯାଏନି
ତୁଟିବ ଦିନେ ଗୁମାନ l
ଭାଙ୍ଗିବା ଟି ସିନା ସହଜ ଅଟଇ
ଗଢିବା ସହଜ ନୁହେଁ,
କାହାର ସପନ ଗଢ଼ିଦେଲେ ଟିକେ
ପୁଣ୍ୟ ଫଳ ମିଳିଥାଏ l
ଭାଙ୍ଗିଦେଲେ କାହା ଆଶା ଟିକୁ ତୁମେ
ଝରିବ ନୟନୁ ଲୁହ,
ଲୁହ ନୁହେଁ ସିଏ ଅଭିଶାପ ଅଟେ
ବାରେ ତାକୁ ବୁଝି ଥାଅ l
କିଲାଭ ପାଇବ କାହାକୁ କନ୍ଦାଇ
ପାରିବକି ନିଜେ ହସି,.
ଅନ୍ୟର ମନରେ ଦୁଃଖ ଦେଇ ଜଣେ
ହୁଏନାହିଁ କେବେ ଖୁସି l
ସ୍ବପ୍ନଟି ପୂରଣ କରିବା ପାଇଁକି
କରିଥିବ ଶ୍ରମ କେତେ,
ଲୁହ ଲହୁ କେତେ ଝରାଇଥିବ ସେ
ଚିନ୍ତ ନିଜ ହୃଦ ଗତେ l
ଆଶାର ନୀଡ଼ କୁ ଭାଙ୍ଗିଦିଅନାହିଁ
ଝଡ଼ କି ବତାସ ସାଜି,
ପାରୁଅଛ ଯଦି ବାସ କାହା ପାଇ
ନିଜ ହାତେ ଦିଅ ସୃଜି l
ନିଜେ ପଛେଆମେ କଷ୍ଟ ସହିଯିବା
ଅନ୍ୟକୁ ସହାୟ ହୋଇ,
ଅନ୍ୟର ସ୍ବପ୍ନ କୁ ଭାଙ୍ଗିବାକୁ କେବେ
ହୃଦରେ ଚିନ୍ତିବା ନାହିଁ ll
