STORYMIRROR

Pratima Satpathy

Classics

3  

Pratima Satpathy

Classics

ରଜ ମଉଜ

ରଜ ମଉଜ

1 min
12


ଆସିଲା ଆସିଲା ସାଙ୍ଗ ରଜ ମଉଜ 

ଦୋଳି ଖେଳିବାକୁ ଯିବା ହୋଇଣ ସଜ।

ନୂଆ ପୋଷାକ ପିନ୍ଧିବା ଆନନ୍ଦ ହୋଇ  

ପାଦରେ ଅଳତା ହାତେ ମେହେନ୍ଦି ନାଇ।

ରଜ ପୋଡପିଠା ଖାଇ ଦୋଳି ଖେଳିବା

ରଜଗୀତ ଗାଇ ମନେ ଆନନ୍ଦ ହେବା।

ଠାକୁରଙ୍କ ମିଳନ ଯେ ଦୋଳ ପୁନେଇଁ 

ଝିଅ ମାନଙ୍କ ମିଳନ ରଜ ରେ ହୋଇ।

ସାଙ୍ଗସାଥୀ ହୋଇ ଖାଇବା ରଜ ପାନ 

ପରସ୍ପର ମିଶି କରିବା ଯେ ଭୋଜନ।

ବସୁମତୀ ମାଆଙ୍କର ବିଶ୍ରାମ ଦିନ 

ସେଥିପାଇଁ କେହି କରନ୍ତିନାହିଁ କାମ।

କୃଷକ ଶ୍ରମିକ ସହ ସମସ୍ତ ଲୋକ 

ରଜରେ ମଉଜ କରି ଥାନ୍ତି ଅନେକ।

ବନ୍ଧୁ ବାନ୍ଧବଙ୍କ ଘର ବୁଲି ଯାଆନ୍ତି 

ହସ ଖୁସିରେ ସମସ୍ତେ ଦିନ କଟାନ୍ତି।

ଦୂର ବିଦେଶରୁ ସର୍ବେ ଆସନ୍ତି ଘରେ 

ରଜ ପର୍ବ ପାଳନ କରନ୍ତି ଖୁସିରେ।

ସ୍କୁଲ କଲେଜ କାର୍ଯ୍ୟାଳୟ ଯେ ବନ୍ଦ 

ରଜ ମଉଜ କରନ୍ତି ହୋଇ ଆନନ୍ଦ।

ଚାଲ ଆମେ ସମସ୍ତେ ଯେ ଖେଳିବା ପୂଚି 

କୁମାରୀଙ୍କ ପାଇଁ ପରା ରଜ ପର୍ବ ଟି।

ତିନିଦିନ ଧରି ପାଳନ କରିଥାନ୍ତି 

ପହିଲି ରଜ, ପୁଣି ରଜ ସଙ୍କରାନ୍ତି।

ତିନିଦିନ ଦିନ ହୁଏ ଭୂମି ଦହନ 

ଚାରିଦିନେ ବସୁମତୀ କରନ୍ତି ସ୍ନାନ।

ହଳଦୀ ସିନ୍ଦୁର କଜଳ ଓ କ୍ଷୀରରେ 

ବସୁମତୀ ସ୍ନାନ କରନ୍ତି ପ୍ରଭାତରେ।

ଏହିପରି ରଜ ରେ କରିଣ ମଉଜ 

ବିଦାୟ ନେଇ ଯାଏ ଟି ଏ ବର୍ଷ ରଜ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics