STORYMIRROR

Bhagabat Sahoo

Classics Others

3  

Bhagabat Sahoo

Classics Others

କାଳିଆ ରାଜାଙ୍କୁ ହୋଇଛି ଜର (ଭଜନ )

କାଳିଆ ରାଜାଙ୍କୁ ହୋଇଛି ଜର (ଭଜନ )

1 min
13


କାଳିଆ ରାଜାଙ୍କୁ ହୋଇଛି ଜର ଚାରିଆଡେ ପଡି ଅଛି ଚହଳ

ଅଲାରନାଥରେ ଅଣସର ଘରେ

ବଇଦ କରୁଛି ଚିକିତ୍ସା ତାର !!(ଘୋଷା )

ଜ୍ୟାଷ୍ଟ ଗୁଳୁ ଗୁଳି ଅସହ୍ୟ କଲା

ପୋଖରୀ ପାଣିରେ ଚାପ ଖେଳିଲା

ବାସ ଚନ୍ଦନ କୁ ଅଙ୍ଗେ ଲେପିଲା

ଅଧର ପଣାକୁ ନିତି ପିଇଲା

ସେଥିପାଇଁ ତାକୁ ହେଲା ଏ ଜର !!

ଦେହୁ ବୋହୁ ଥିଲା ତାହାର ଝାଳ

ଜନମ ଦିନରେ ସ୍ନାନ ବେଦିର

ବସି ଗାଧୋଇଲା କୂଅ ପାଣିର

ଅଗରୁ ଚନ୍ଦନ ଗୋଲାପ ଜଳ

ମିଶିଥିଲା ପୁଣି ସବୁ ତହିଁର

ସେଥିପାଇଁ ତାକୁ ହେଲାଏ ଜର !!

ଜ୍ୟାଷ୍ଟ ଚାଲିଗଲା ହେଲା ଆଷାଢ଼

ଆକାଶୁ ଝରିଲା ବରଷା ଜଳ

ଝାଳ ବରଷାରେ ଦେହ ଓଦା ହେଲା

ସେଥିପାଇଁ ତାକୁ ହେଲା ଏ ଜର

ଜର କମିଲାଣି ସଜ ସେ ହେଲାଣି

ରଥେ ବୁଲିଯିବ ମାଉସୀ ଘର

ଭାଗ କହେ ଆଉ ନଥିବ ଜର !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics