STORYMIRROR

LALIT MOHAN DASH

Abstract Classics Inspirational

3  

LALIT MOHAN DASH

Abstract Classics Inspirational

ବର୍ଷା ପାଇଁ ଦୁଇଧାଡ଼ି ଗୀତ

ବର୍ଷା ପାଇଁ ଦୁଇଧାଡ଼ି ଗୀତ

1 min
19


ଵରଷକ ପରେ ବରଷା ଆସିଛି 

ଭିଜା ମାଟିର ସେ ଗନ୍ଧ,

ପୁଲକ ଭରିଛି ସଵୁରି ପରାଣେ

ତୋଳିଛି ନୂତନ ଛନ୍ଦ ।(୧)


ଆକାଶୁ ଝରୁଛି ଅମୃତର ଧାରା 

ରିମ୍ ଝିମ୍ ଗୀତ ଗାଇ,

ଆଦ୍ୟ ଆଷାଢ଼ର ଶୁଭ୍ର ବାରିଧାରା

ତାହାର ତୁଳନା ନାହିଁ ।(୨)


ଆ'ରେ ବରଷା ଧୋଇଦେ ଚଞ୍ଚଳ 

ଖରାଦିନ କଷ୍ଟ ଯେତେ,

ଶଶ୍ୟରେ ଶ୍ୟାମଳା ହେଉ ଏ ଧରଣୀ 

ଏତିକି ମିନତି ତତେ ।(୩)


ନୂତନ ସୃଷ୍ଟିର ବାର୍ତ୍ତାଵହ ତୁହି 

ଆଣୁ ନୂଆ ସମ୍ଭାବନା,

ସେଥିପାଇଁ ପରା ତୋର ପରଶରେ

ସଭିଏଁ ତ ଆନମନା ।(୪)


ସ୍ରଷ୍ଟାର ତୁ ଯେ ଅନବଦ୍ୟ ସୃଷ୍ଟି 

ସଭିଙ୍କ ଜୀବନ ଦାତା,

ନିର୍ଭରଶୀଳ ସଦା ତୋ ଉପରେ 

ପ୍ରାଣୀ ଆଉ ବୃକ୍ଷଲତା।(୫)


ଠକିବୁ ନାହିଁ ରେ ବରଷା ଏ ସନ

କନ୍ଦାଇବୁ ନାହିଁ କା'ରେ,

ଆଣିବୁ ନାହିଁ ରେ ବଢି କି ମରୁଡି

ଏହି ଅଳି ତୋ' ପାଖରେ ।(୬)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract