STORYMIRROR

Bharatabandhu Biswal

Classics Inspirational Others

3  

Bharatabandhu Biswal

Classics Inspirational Others

ନିତ୍ୟରାସ

ନିତ୍ୟରାସ

1 min
9


ରତ୍ନ ସିଂହାସନେ ଚତୁର୍ଦ୍ଧାମୂରତି 

ବ୍ରହ୍ମଦାରୁ ନିର୍ବିଶେଷ

ଶ୍ରୀପୁରୁଷୋତ୍ତମ ନୀଳାଚଳଧାମେ 

ନିର୍ନିମେଷ ନିତ୍ୟରାସ ।

ବିକଚ କମଳ ଶାନ୍ତି ଶତଦଳ

ଶ୍ରୀହସ୍ତେ ଶୋଭେ ଆୟୂଧ

ଶ୍ରୀନୀଳମାଧବ ନୀଳ ପଦ୍ମନାଭ

କରୁଣାସିନ୍ଧୁ ପ୍ରବୁଦ୍ଧ ।

କର କମଳରେ ଚକ୍ର ସୁଦର୍ଶନ 

ବିନାଶେ ଦୁଃଖ ଦୁରିତ 

ପାପତାପ ନାଶି କରେ ସଂସ୍ଥାପନ

ଚିରନ୍ତନ ଧର୍ମ ସତ୍ଯ ।

ଶଙ୍ଖ ପଞ୍ଚଜନ୍ଯ ନିନାଦେ ପ୍ରଣବ

ସୃଜେ ସବୁଜ ସୁନ୍ଦର 

ପ୍ରଭୁ ଗଦାଧର ବିଶ୍ବେ ଗରୀୟାନ

ସକଳ ଶକ୍ତି ଆଧାର ।

ଲୋଟେ ସେ ପଙ୍କରେ ଗୋପ ନନ୍ଦ ପୁରେ

ଶ୍ରୀହରି କେଶବ କୃଷ୍ଣ 

ତା ବେଣୁସ୍ବନରେ ମୋହିତ ଜଗତ

ହରେ ସର୍ବ ମନପ୍ରାଣ ।

ବାରମାସେ ତାର ତେର ଓଷାବ୍ରତ

ଅନେକ ପର୍ବପର୍ବାଣୀ

ପବିତ୍ର ଶ୍ରୀକ୍ଷେତ୍ର ବଡଦାଣ୍ଡ ଧୂଳି

ଧ୍ବଜା ପତିତପାବନୀ ।

ବିହରନ୍ତି ରଥେ ବାମନ ସ୍ବରୂପେ

ଜଗଦୀଶ ଜଗନ୍ନାଥ 

ଖେଳନ୍ତି ଚାପରେ ଶ୍ରୀମଧୁସୂଦନ 

ଲୀଳାମୟ ସେ ଅଚ୍ୟୁତ ।

ଚନ୍ଦନ ପୂର୍ଣ୍ଣିମା ଶୁଭ ଅବସରେ

କରିଲେ ବୈଶାଖୀ ବ୍ରତ

ପୂରେ ମନସ୍କାମ ରହିଛି ବିଶ୍ବାସ 

ପରମ୍ପରା ପ୍ରଚଳିତ ।

    


Rate this content
Log in

Similar oriya poem from Classics