STORYMIRROR

Bidyadhar Mantry

Abstract Classics Others

3  

Bidyadhar Mantry

Abstract Classics Others

ବାହୁ ବିନା ମହାବାହୁ

ବାହୁ ବିନା ମହାବାହୁ

1 min
10


ବଳିଆର ଭୁଜ ନାମେ ପରିଚିତ

ଭକ୍ତ ଜନ ହୃଦୟରେ

ତୁମ ମାୟା କଥା ତୁମ କୁ ହିଁ ଜଣା

ସବୁ ରହସ୍ୟ ଘେରରେ

ଦାରୁ ରୂପେ ବିରାଜିତ ଶ୍ରୀ ମନ୍ଦିରେ

ନାହିଁ ତୁମ ଦୁଇ ବାହୁ

ତଥାପି ଭକତ ନିଷ୍ଠା ସହ କହେ

ରକ୍ଷା କର ମହାବାହୁ


ବେଦ ପୁରାଣରେ ବର୍ଣ୍ଣନା ରହିଛି

ଜଣେ ମାତ୍ର ଅଛି ନାଥ

କରି କରାଉଛି ତାରୁଛି ମାରୁଛି

ସ୍ଵୟଂ ସେହି ଜଗନ୍ନାଥ

ଭକ୍ତ ଡାକୁ ଅଛି ଅନାଥର ନାଥ

ଦୀନ ଜନ ଦୀନବନ୍ଧୁ

ଭକ୍ତି ଭାବ ପ୍ରତି ପ୍ରିୟ ଭାବଗ୍ରାହୀ

ଭକ୍ତଙ୍କର ଭକ୍ତ-ବନ୍ଧୁ ।


ସାରା ଜଗତରେ ନାଥ ଯଦି ଜଣେ

କିମ୍ପା ଭିନ୍ନ ଭିନ୍ନ ରୂପ

ଯଦି ଅଣାକାର ନାହିଁ ତ ଆକାର

କାହୁଁ ଆସିଛି ସ୍ବରୂପ

କିଏ ବା ଦେଖିଛି ବେନି ନୟନରେ

ଭିନ୍ନ ଭିନ୍ନ ରୂପ ଚିତ୍ର

ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ରୂପ

ପୁଣି ଚିତ୍ର ଓ ବିଚିତ୍ର

ଜଗତ ନାଥଙ୍କ କିଭଳି ସ୍ବରୂପ

ଉଲ୍ଲେଖ ଧର୍ମ ଗ୍ରନ୍ଥରେ

ଭିନ୍ନ ଭିନ୍ନ ପ୍ରତି ରୂପ ଅଛି କିମ୍ପା 

ଭିନ୍ନ ଭିନ୍ନ ମନ୍ଦିରରେ !

ଏକ ବ୍ରହ୍ମ ଦ୍ଵିତୀୟ ନାସ୍ତି ର ଉକ୍ତି

ବେଦ ପରା କହିଅଛି

ଭିନ୍ନ ଭିନ୍ନ ରୂପ ବ୍ରହ୍ମର ସ୍ବରୂପ

କିପରି ସୃଷ୍ଟି ହୋଇଛି !

ସମର୍ପି ଦେଇଛି ଏ ଜୀବନ ମୋର

ମହାବାହୁ ଶ୍ରୀ ଚରଣେ

ମୋ ପ୍ରଭୁ କେବଳ ସ୍ୱୟଂ ଜଗନ୍ନାଥ

ବିଜେ ରତ୍ନ ସିଂହାସନେ

କିଏ କେଉଁ ନାମ ଧରି ଡାକୁ ଅଛି

ତୁମେ ପରା ସର୍ବନାମ

ଭକ୍ତର ଅନ୍ତର ଜାଣ ପରା ତୁମେ

ଅନ୍ତର୍ଯ୍ୟାମୀ ପରଂବ୍ରହ୍ମ

ହେ ଜଗତନାଥ,ଘେନ ପ୍ରଣିପାତ

ହୃଦେ ଭର ଦିବ୍ୟଜ୍ଞାନ 

ତୁମର ମହିମା ତୁମର ଅସ୍ତିତ୍ବ

ହୃଦେ ମୋ ହେଉ ଚିନ୍ତନ

ସୀମିତ ଜ୍ଞାନର ପରିଧି ଭିତରେ

ଖୋଜୁଅଛି ମୁକ୍ତି ପଥ

ଚିନ୍ତା ଚେତନାରେ ଜ୍ଞାନ ଦିଅ ଭରି

ସୁଗମ ହେଉ ସେ ପଥ

ଭକତ ବତ୍ସଳ ଆହେ ମହାବାହୁ

ଶ୍ରୀକ୍ଷେତ୍ରରେ ଜଗନ୍ନାଥ

ଜଗତର ନାଥ ସ୍ଵୟଂ ଜଗନ୍ନାଥ

ପୂର୍ଣ୍ଣ କର ମନୋରଥ ।


Rate this content
Log in

Similar oriya poem from Abstract