ଭବରଙ୍ଗ ଭୂମି
ଭବରଙ୍ଗ ଭୂମି
କେହି ରହିବେନି ରହିବେ ନାହିଁଟି
ଭବରଙ୍ଗ ଭୂମିତଳେ
ସର୍ବେ ନିଜ ନିଜ ଅଭିନୟ ସାରି
ବହୁଡିବେ କାଳବଳେ।।
ଦୁଇଟି ନିଆଁର ମଝିରେ ଦୁନିଆଁ
ଅସହାୟ ହୋଇ ଝୁଲେ
ଛାଡିବେ କି ଜମ ଜୀବନ ଆଶାରେ
କେତେ ପୂଜାପାଠ କଲେ।।
ଶାସକ ଶୋଷିତ ଧନୀ କି ଗରିବ
କେହି ବି ନ ତିଷ୍ଠି ପାରେ
ନିୟମ ମର୍ତ୍ତ୍ୟର ଅଟେ ନିରନ୍ତର
ଦେବତା ହେଲେବି ମରେ।।
କିଛି ଖଣ୍ଡ କାଠ ପାଳ ଦଉଡିରେ
ଜଳିବ ସର୍ବ ଶରୀର
ପାଉଁଶ ହୋଇଣ ମାଟିରେ ମିଶିଵ
ସବୁ ଗର୍ବ ଅହଂକାର।।
ଯେତେ ଦିନ ଅଛ ଧରାରେ ଜୀବନ୍ତ
ସେବାକୁ କରିଣ ବ୍ରତ
ଜଗତ କଲ୍ୟାଣ ଜଗତ ସେବାରେ
ହୁଅ ସର୍ବେ ନିୟୋଜିତ।।
ଇତିହାସ ଗାଉ ଜୟଗାଥା ତୁମ
ରହୁ ଯୁଗେ ଯୁଗେ ନାମ
ପ୍ରତି ଅନୁକଣୁ କହୁଥାଉ ସଦା
ତୁମେ କରିଥିବା କାମ।।