STORYMIRROR

ratnakar singha

Classics Others

3  

ratnakar singha

Classics Others

ଭବ ବନ୍ଧନର ଆଶା

ଭବ ବନ୍ଧନର ଆଶା

1 min
235


ଏଇମିତି ହସିବାକୁ ହେଉଛି ଯେ

ଯେମିତି ସମସ୍ତେ ମୋଠୁ

ସେଇ ପାଉଣା ଟିକକ                   

ଆଦାୟ କରିନେବା ପାଇଁ

ସବୁମତେ ଚେଷ୍ଟା ଚଳେଇଛନ୍ତି ରୀତିମତ। 

ସେମାନଙ୍କ ମନ ଉଣା ନ କରି               

  ଫିକ କରି ହସିଦିଏ ସିନା

ଓଠକୁ ଦୁଇଫାଳ ଚୌଡାକରି

ସାଇଜକରା ଶଙ୍ଖ ମଲ୍ଲମଲ୍ଲ

ଦାନ୍ତକୁ ନେଫେଡ଼ି

ବରାଦୀ ହସ ସେମାନେ

ପାଇଗଲେ ସିନା

ମୋ ମନକୁ କିନ୍ତୁ ଘାଣ୍ଟିହୁଏ

ଅସହଜ ଦାରୁଣ ଚିନ୍ତାରେ ।

ବେଳେବେଳେ ଭାବେ

ଯାତ୍ରାପାଟିର କଳାକାରପରି

କେତେଦିନ ଘୋଷି କଚ୍ଚାଡି

ଆଗେଇନେବି ମୁଁ

ମୋର ସାଂସାରିକ ଡଙ୍ଗା

ଜୀବନ ଯୌବନର ନୀଳଢେଉ

ସୈକତ ପାରାବାର

ଭୀମକାନ୍ତ ବୟସ ଯନ୍ତ୍ରଣା ।

ପାଉଣା ଯାଉଛି ସରି

ସଂଚୟର ଖାତାର ଖୋଳପା ଦେହରୁ

କେଡେ କେଡେ ଧକ୍କା ସହି

କିଳିଛି ଯେଉଁ ଦେହମନ

 ସାହସ କୁଳାଉନାହିଁ ଶୁଣି ଶୁଣି

ବଳବପୁ ପରିବେଶ

ମୂର୍ଦ୍ଧା ଫଟା ଚିତ୍କାର ଫୁତ୍କାର ।

ହଉ ଦେଖାଯାଉ

କଥାରେ ଅଛି ପରା

ଯୌବନ ଥରେ ଗଲେ

ଲେଉଟି ଆସେନା

ସଂଚୟର ସୁଧପୁଞ୍ଜି ଉପରେ

ମୋର ଆଶା ଭରସା ପାଏନା

ତଥାପିତ ରଥ ଗଡେ ଜଗନ୍ନାଥ

ବଡ ସଡକ ଦାଣ୍ଡରେ

ପତିତ ଉଦ୍ଧାର ପାଇଁ ଧରି

ପତିତପାବନ ବାନା

ଡାକେନିତି ସକାଳ ସନ୍ଧ୍ୟାରେ

କାନେ ଶୁଭେମୋର

ଆସ ଆସ ଧାଇଁଆସ

ମୁକ୍ତିକାମୀ ପାଟଡୋର ଭକ୍ତ

ଧନ୍ୟହେବ ଜୀବନ ତୁମର

ମୁମୁକ୍ଷୁର ଅଗ୍ନିସ୍ରୋତ

ପତିତର ପତଙ୍ଗ ସ୍ରୋତର ।


Rate this content
Log in

Similar oriya poem from Classics