STORYMIRROR

Kalpana Kumari Pradhan

Tragedy

4  

Kalpana Kumari Pradhan

Tragedy

ଭାତ

ଭାତ

1 min
253

ଦିନେ ଯେଉଁ ମା କାନ୍ଦୁଥିଲା

    ପୁଅ ଖାଉ ନାହିଁ ଭାତ

ଆଜି ବିବସେ ରୋଦନ କରଇ

   ପୁଅ ଦେଉ ନାହିଁ ଭାତ l


ଦଶ ମାସ ଯାହାର ଗର୍ଭରେ

   କରି ଥିଲା ସିଏ ବାସ

ସେହି ଜନନୀ କୁ ଘରେ ରଖିବାକୁ

  ନିଅଣ୍ଟ ପଡ଼ିଲାଣି ତାର ବାସ l


ଅସହାୟେ ତାକୁ ଛାଡି ଚାଲିଯାଏ

  ଅଜଣା ଅଶୁଣା ପଥ ଧାରେ

ଚମ ଧୁଡୁଧୁଡୁ ବାଳ ଫୁରୁଫୁରୁ

  ବରଗଛ ମୂଳକୁ ଆଶ୍ରୟ କରେ l


ଅବସ ଆଖିର ପେଜୁଆ ଲୁହରେ

   ଚାହିଁ ରହିଥାଏ ଅହନିସି ପଥକୁ

ଆସିବ କାଳେ ନୟନ ପିତୁଳା

  ବୁଝାଉ ଥାଏ ଅବୁଝା ମନକୁ l


ଥରା ଥରା ହାତେ ଖୋଜୁଥାଏ

  ପୁଅ ଦେଇଥିବା ଲୁଗା ପୁଟୁଳି

ପେଟର ନିଆଁକୁ ଶାନ୍ତ କରିବାକୁ

 କିଛିଖାଦ୍ୟ କାଳେ ଯିବ ମିଳି l


ହୃଦୟ ବିଦାରେ ଏହିପରି ଦୃଶ୍ୟ

    କେମିତି ପାଷାଣ ମୁରୁତି ବହିଛୁ

ତୋହର ଜନନୀ ରୋଦନ କରୁଛି

  ଯାହା କ୍ଷୀରପିଇ ବଡ଼ ହୋଇଛୁ l


  


Rate this content
Log in

Similar oriya poem from Tragedy