ଭାତ
ଭାତ
ଦିନେ ଯେଉଁ ମା କାନ୍ଦୁଥିଲା
ପୁଅ ଖାଉ ନାହିଁ ଭାତ
ଆଜି ବିବସେ ରୋଦନ କରଇ
ପୁଅ ଦେଉ ନାହିଁ ଭାତ l
ଦଶ ମାସ ଯାହାର ଗର୍ଭରେ
କରି ଥିଲା ସିଏ ବାସ
ସେହି ଜନନୀ କୁ ଘରେ ରଖିବାକୁ
ନିଅଣ୍ଟ ପଡ଼ିଲାଣି ତାର ବାସ l
ଅସହାୟେ ତାକୁ ଛାଡି ଚାଲିଯାଏ
ଅଜଣା ଅଶୁଣା ପଥ ଧାରେ
ଚମ ଧୁଡୁଧୁଡୁ ବାଳ ଫୁରୁଫୁରୁ
ବରଗଛ ମୂଳକୁ ଆଶ୍ରୟ କରେ l
ଅବସ ଆଖିର ପେଜୁଆ ଲୁହରେ
ଚାହିଁ ରହିଥାଏ ଅହନିସି ପଥକୁ
ଆସିବ କାଳେ ନୟନ ପିତୁଳା
ବୁଝାଉ ଥାଏ ଅବୁଝା ମନକୁ l
ଥରା ଥରା ହାତେ ଖୋଜୁଥାଏ
ପୁଅ ଦେଇଥିବା ଲୁଗା ପୁଟୁଳି
ପେଟର ନିଆଁକୁ ଶାନ୍ତ କରିବାକୁ
କିଛିଖାଦ୍ୟ କାଳେ ଯିବ ମିଳି l
ହୃଦୟ ବିଦାରେ ଏହିପରି ଦୃଶ୍ୟ
କେମିତି ପାଷାଣ ମୁରୁତି ବହିଛୁ
ତୋହର ଜନନୀ ରୋଦନ କରୁଛି
ଯାହା କ୍ଷୀରପିଇ ବଡ଼ ହୋଇଛୁ l
