STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଭାରତବର୍ଷ ଭରସାର

ଭାରତବର୍ଷ ଭରସାର

1 min
306


ଭାରତବର୍ଷ ମୋ ଜୀବନେ ସର୍ବୋଚ୍ଚ        

କରିବି ସଦା ଆଦର 

ପଛେ ଯାଉ ପ୍ରାଣ ସୁରକ୍ଷାରେ ତା'ର

ରଖିବି କର୍ତ୍ତବ୍ୟ ମୋର ।

ଭାରତବର୍ଷ ମୋ !


ଏ ଜୀବନ ମୂଲ୍ୟ ସାର୍ଥକ ତହିଁରେ      

ଅଛି ଯଦି ସେବାଭାବ

ଭକ୍ତି ଗୁରୁଜନ ପିତୃମାତୃ ସେବା

ରାଷ୍ଟ୍ର ପାଇଁ ନିଷ୍ଠା ଭାବ ।

ଭାରତବର୍ଷ ମୋ।


ଜୀବନ ଟି ବୃଥା ଯା'ର ସ୍ବାର୍ଥ ଭାବ     

ରାଷ୍ଟ୍ର ବିରୁଦ୍ଧରେ କାର୍ଯ୍ୟ

ନାହିଁ ରାଷ୍ଟ୍ର ଭକ୍ତି ନିଜ ଲାଭେ ପ୍ରୀତି

ଅଟେ ସେ ଶତ୍ରୁ ଅନାର୍ଯ୍ୟ ।

ଭାରତବର୍ଷ ମୋ।


ତିରସ୍କାର ପାତ୍ର ଅଟେ ବଡ଼ ଶତ୍ରୁ   

ହେଉ ବା ଭାଇ କୁଟୁମ୍ବ

ସମାଜ ଦେଶର କ୍ଷତି କରୁଥାଏ 

ଦୂର କରିବାରେ ଦମ୍ଭ ।

ଭାରତବର୍ଷ ମୋ।


ବିଶ୍ଵ କରୁଅଛି ଭରସା ଯାହାକୁ

ଲୋକତନ୍ତ୍ର ଏ ଆମର 

ଆଦର ଯାହାର ବିଶ୍ବ ଗୁରୁ ପରି

ମହତ୍ତ୍ଵ ଦିଏ ସଂସାର ।

ଭାରତବର୍ଷ ମୋ।


ପରା ଲୋକତନ୍ତ୍ର ମନ୍ତ୍ର ବରାବର        

ଜନତାର ଅଧିକାର 

ନାହିଁ ଜାତିଭେଦ ସମଭାବ ପ୍ରୀତି

ଅମୃତ କାଳ ରାଷ୍ଟ୍ରର ।

ଭାରତବର୍ଷ ମୋ।


ପନ୍ଦର ଅଗଷ୍ଟ ରାଷ୍ଟ୍ରୀୟ ପରବ      

ସ୍ଵାଧୀନତାର ସ୍ମୃତିର

ଦେଲେ ହସି ପ୍ରାଣ ସ୍ବାଧୀନ ସଂଗ୍ରାମୀ 

ସ୍ମୃତିର ଦିନ ଟି ଯା'ର ।

ଭାରତବର୍ଷ ମୋ।


ପୟରେ ତାଙ୍କର ଶ୍ରଦ୍ଧାଞ୍ଜଳି ଦେବା

ପନ୍ଦର ଅଗଷ୍ଟେ ଯହିଁ 

କର୍ତ୍ତବ୍ୟ ଆମର ସୁରକ୍ଷା କରିବା

ପରା ଲୋକତନ୍ତ୍ର ତହିଁ ।

ଭାରତବର୍ଷ ମୋ।


ପର୍ବେ ପ୍ରଦର୍ଶନ ରାଷ୍ଟ୍ରର ଶକ୍ତିର     

ରାଷ୍ଟ୍ର ଭକ୍ତି ପ୍ରୀତି ମୁଖେ

ଗୁଞ୍ଜୁଥିବ ରାଷ୍ଟ୍ରେ ରାଷ୍ଟ୍ରୀୟ ସଙ୍ଗୀତ

କମ୍ପିବେ ଶତ୍ରୁ ପ୍ରତ୍ୟକ୍ଷେ।

ଭାରତବର୍ଷ ମୋ।


ଷଡ଼ଯନ୍ତ୍ରକାରୀ ହେବେ ଭୟଭୀତ      

ହୁଙ୍କାର ଦେବେ ପ୍ରଧାନ

ଶତ୍ରୁ ଦେଶ ପୁଣି କମ୍ପି ଉଠୁଥିବେ

ଶୁଣିଣ ସେନା ଗର୍ଜନ ।

ଭାରତବର୍ଷ ମୋ।


ଶାନ୍ତି ପ୍ରିୟ ଦେଶ କୃଷ୍ଣରାମ ଦେଶ      

ସ୍ଥାନ ନାହିଁ ଶତ୍ରୁଙ୍କର

ଶତ୍ରୁତା କରିଲେ ଦେଶର ସଙ୍ଗରେ

ହେବ ସର୍ବନାଶ ତାର !!

ଭାରତବର୍ଷ ମୋ।


ନୂଆ ଏ ଭାରତ ଅମୃତର କାଳ     

ସବୁ କ୍ଷେତ୍ର ଶକ୍ତିଶାଳୀ     

ଜ୍ଞାନ ଓ ବିଜ୍ଞାନ ଶାନ୍ତି ମନ୍ତ୍ର ଯା'ର

ଶାନ୍ତି ଦିଏ ବିଶ୍ବେ ବୋଳି !!

ଭାରତବର୍ଷ ମୋ।


Rate this content
Log in

Similar oriya poem from Abstract