STORYMIRROR

Sukadev Mahanta

Abstract Inspirational

4  

Sukadev Mahanta

Abstract Inspirational

ଭାରତ ରତ୍ନ ସିଭି ରମଣ

ଭାରତ ରତ୍ନ ସିଭି ରମଣ

1 min
529


ଅଠର ଶହ ଅଠାଅଶୀ      ନଭେମ୍ବର ସାତ ଦିନ

      ଚନ୍ଦ୍ରଶେଖର ଭେଙ୍କଟ ରମଣ ନାମେ

ପିତା ଚନ୍ଦ୍ର ଶେଖର ଆୟାର୍   ମାତା ପାର୍ବିତୀ ଅମଲ

   କୋଳେ ମାନ୍ଦ୍ରାଜ୍ ତିରୁଚିରାପଲ୍ଲୀର ଭୂମେ

        ପ୍ରସିଦ୍ଧ ପଦାର୍ଥ ବିଜ୍ଞାନୀ 

    ଜନମିଲେ ବିଜ୍ଞାନୀଙ୍କ ମଉଡ ମଣି ||


ପ୍ରଚଣ୍ଡ ଧୀଶକ୍ତି ତାଙ୍କ     କମ୍ ବୟସରେ ଶିକ୍ଷା

    ସମାପନ କରିଥିଲେ ସିଭି ରମଣ

ପଦାର୍ଥ ବିଜ୍ଞାନ ତାଙ୍କ    ଅତିବ ପ୍ରିୟ ବିଷୟ

    ଅଧ୍ୟାପନା ଗବେଷଣା ସେଥିରେ ପୁଣ

      ବିଜ୍ଞାନରେ ଉତ୍ସର୍ଗୀକୃତ

   ଭାରତ ମାତାର ଏହି ସୁଯୋଗ୍ୟ ସୁତ ||


ଆଲୋକ ତରଙ୍ଗମାନ    ସ୍ବଚ୍ଛ ପଦାର୍ଥର ଦେଇ

      ଗତିକରିବା ବେଳର ଘଟଣା ଏହି

ଆଲୋକ ତରଙ୍ଗ ଦୈର୍ଘ୍ୟ  ସାଥିରେ ଆବୃତ୍ତି ତାର

      ବଦଳିବା ଘଟଣାଟି ଦେଲେ ବୁଝାଇ

     ଗବେଷଣା ଲବ୍ଧ ତାଙ୍କର

 ସ୍ପେକ୍ଟୋଗ୍ରାଫ୍ ବୁଝାଇଲା ରହସ୍ୟ ତାର ||


 ସ୍ବଚ୍ଛ ପଦାର୍ଥର ଦେଇ    ଆଲୋକର ଗତିବେଳେ

    ତରଙ୍ଗ ଦୈର୍ଘ୍ୟ ଆବୃତ୍ତି ବଦଳି ଯାଏ

 ଏ ଆଲୋକ ବିଛୁରଣ     ରମଣ ବିଛୂରଣ ନାମେ

      ରମଣ ପ୍ରଭାବ ବୋଲି ବିଜ୍ଞାନୀକହେ

        ସିନ୍ଧୁ ଜଳ ନଭ ନୀଳିମା

ବୁଝାଇଲେ ତତ୍ତ୍ବଦ୍ବାରା ସେ ଖ୍ୟାତନାମା ||


ସେ ପ୍ରଥମ ଭାରତୀୟ     ଏସୀୟ ବିଜ୍ଞାନୀ ଭାବେ

      ପଦାର୍ଥ ବିଜ୍ଞାନ କ୍ଷେତ୍ରେ ପ୍ରସିଦ୍ଧ ହେଲେ

ନୋବେଲ ପୁରସ୍କାର ଲଭି    ଆଣିଲେ ଯଶ ଗୌରବ

      ସି.ଭି. ଉଣେଇଶି ଶହ ତିରିଶ ସାଲେ

       ଭାରତୀୟ ବିଜ୍ଞାନାଗାରେ

   ରହି କଲିକତା ପ୍ରେସିଡେନ୍ସି କଲେଜରେ ||


ଯେତେବେଳେ ଭାରତରେ     ନଥିଲା ସୁବିଧା ସେତେ

      ସେହି ସମୟରେ ସାର୍ ସିଭି ରମଣ 

ଭାରତରେ ରହି ସିଏ       ଗବେଷଣା କରିଗଲେ

      ଦୃଢ ନିଷ୍ଠାବଳେ ସଫଳ ହେଲେ ଜାଣ

        ଯାହା ନାହିଁ ଏ ଭାରତରେ

    କଲେ ପ୍ରମାଣିତ ନାହିଁ ଏ ମରତରେ ||


ପୁରସ୍କାର ରାଶିବଳେ        ବିଜ୍ଞାନ ବିକାଶ ଲାଗି

       ରମଣ ଇନଷ୍ଟିଚ୍ୟୁଟ୍ ନିଜ ହାତେ ଗଢିଲେ

ଇଣ୍ଡିଆନ୍ ଆସୋସିଏସନ  ଫର୍ କଲ୍ଟିଭେସନ ଅଫ୍ ସାଇନ୍ସ

    ତାଙ୍କରି ଉଦ୍ୟମବଳେ  ପ୍ରଗତି କଲେ

     ତାଙ୍କ ଅବଦାନର ପାଇଁ

ଭାରତରତ୍ନ ସମ୍ମାନ ଲଭିଲେ ସେହି ||


ଦୁଃଖଆସେ ମନେ ଆଜି    ସ୍ବାଧୀନ ଭାରତେ ଏତେ

     ସୁବିଧା ସୁଯୋଗମାନ ରହିଅଛଇ

ବିଜ୍ଞାନ ପ୍ରଯୁକ୍ତି କ୍ଷେତ୍ରେ    ନୋବେଲ ପୁରସ୍କାର କିମ୍ପା

       ପାଇବାର ନଜିର ଆଜି ଦିଶୁ ନାହିଁ

       ପୃଥିବୀର ଶ୍ରେଷ୍ଠ ଶହେରେ

    ଭାରତୀୟ ଅନୁଷ୍ଠାନ ଆସୁ ନାହିଁରେ ||


ଛାଡି ହୀନ ରାଜନୀତି    ଜାଗ୍ରତ ହୁଅରେ ଆଜି

     ଭାରତରେ ଶିକ୍ଷା କ୍ଷେତ୍ରେ ବିକାଶ ପାଇଁ

ଗୁଣାତ୍ମକ ଶିକ୍ଷା ବଳେ     ଦେଶକୁ ଗଢିବା ଆମେ

     ହୃଦ ପ୍ରାଣ ଧନ ମନ ସମୟ ଦେଇ

     ଜ୍ଞାନ ବିଜ୍ଞାନର ବିକାଶ

ବଳେ ସର୍ବ ମୁଖେ ଫୁଟାଇ ଦେବା ହସ ||


Rate this content
Log in

Similar oriya poem from Abstract