Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

କବିଶ୍ରୀ ଅକ୍ଷୟ କୁମାର ବେହେରା

Classics

3  

କବିଶ୍ରୀ ଅକ୍ଷୟ କୁମାର ବେହେରା

Classics

ଭାରତ ମାତା କାନ୍ଦୁଛି

ଭାରତ ମାତା କାନ୍ଦୁଛି

1 min
166



ଭାରତ ମାତାର ସୁଯୋଗ୍ୟ ସନ୍ତାନ

ତୁମେ ଗାନ୍ଧୀଜି ଶାସ୍ତ୍ରୀଜି,

ଦେଶର ସେବକ ଭାବେ ପରିଚୟ

ଇତିହାସ ଦିଏ ଆଜି ।


ଶାନ୍ତି ର ପୂଜାରୀ ଦେବଦୂତ ସାଜି

ଭାରତେ ହେଲ ଜନମ,

ସ୍ବାଧୀନତା ପାଇଁ ଲଢ଼େଇ କରିଲ

ଧନ୍ୟ ତୁମ ଦେଶ ପ୍ରେମ ।


ସତ୍ୟ ଓ ଅହିଂସା ମନ୍ତ୍ରର ବଳରେ

ସଭିଙ୍କୁ କରିଲ ଠୁଳ,

ଭାରତ ବାସୀଙ୍କୁ ଶିକ୍ଷା ଦେଲ ଦୁହେଁ

ଏକତା ହିଁ ଅଟେ ବଳ ।


ଭାରତ ମାତାର ସନ୍ତାନ ସଭିଏଁ

ହିଂସା ମନେ ରଖ ନାହିଁ,

ଜାତି ଭେଦ ଭାବ ମନୁ ଦୂର କଲ

ସର୍ବେ ଭାରତୀୟ କହି ।


କାଟି ପିନ୍ଧ କୁଟି ଖାଅ ନାରା ଦେଇ

ଗାନ୍ଧୀ କଲେ ସଚେତନ,

ଶାସ୍ତ୍ରୀଜି ଦ୍ବିତୀୟ ରାଷ୍ଟ୍ରପତି ଭାବେ

ଭାରତର ସ୍ବାଭିମାନ ।


ରାମଙ୍କ ଅାଦର୍ଶେ ଜୀବନ ବିତାଇ

ସତ୍ୟକୁ କରିଣ ଅସ୍ତ୍ର,

ଫିରିଙ୍ଗି ହଟାଇ ବଦଳାଇ ଦେଲ

ଗାନ୍ଧୀଜି ଭାରତ ଚିତ୍ର ।


ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷେ ଆମେ

ସଭିଏଁ ଭାରତ ବାସୀ,

ଶାସ୍ତ୍ରୀଜିଙ୍କ ଏଇ ଶାନ୍ତିର ବାରତା

ଚଳିବା ଖୁସିରେ ମିଶି ।


ହଜିଛି ସେ ଦିନ ହିଂସା ବଢ଼ିଅଛି

ନାହିଁ ସତ୍ୟ ଶାନ୍ତି ଆଜି,

ସୁନାର ଭାରତ ଗଠନେ ନ ମିଳେ

ଦେଶ ପ୍ରେମୀ ଜଣେ ଖୋଜି ।


କଳୁଷିତ ହୋଇ ଏ ଭାରତ ମାଟି

ତୁମ ଦୁହିଁଙ୍କୁ ଝୁରୁଛି,

ଆସ ଦେଖିଯାଅ ଲୁହକୁ ନିଗାଡ଼ି

ଭାରତ ମାତା କାନ୍ଦୁଛି ।




Rate this content
Log in

Similar oriya poem from Classics