ଭାରତ ଅଟଇ ଗୋଟିଏ ପଞ୍ଜୁରୀ
ଭାରତ ଅଟଇ ଗୋଟିଏ ପଞ୍ଜୁରୀ
ଭାରତ ଅଟଇ
ଗୋଟିଏ ପଞ୍ଜୁରୀ,
ପଞ୍ଜୁରୀ ଭିତରେ
ଅଛୁ ବାସ କରି |
ଏହାକୁ କେତେକ
ଆକ୍ରମଣକାରୀ,
ଶୋଷଣ କରନ୍ତି
ବନ୍ଧୁକ ଯେ ଧରି l|( o )
ପାଟିକୁ ଖୋଲିଲେ
ବେତରେ କାହାରି,
ଜୀବନ କେ ଦେଲା
ହସି ହସି କରି |
ସମ୍ପତ୍ତି ଆମର
ନେଲେ ଲୁଟି କରି,
ସେମାନେ ଅଟନ୍ତି
ଗୋରା ଯେ ବେପାରୀ |
ଭାରତ
ଅଟଇ
................. (1)
ବହୁତ ଅନ୍ୟାୟ
ଆମ ପ୍ରତି କରି,
ଗୋଲାମ କରିଲେ
ଆମକୁ ତାଙ୍କରି |
ପଞ୍ଜୁରୀ ଭିତରେ
ଆମେ ପକ୍ଷୀ ପରି,
ଉପାୟ ଖୋଜିଲୁ
ଯିବୁ ଯେ କିପରି |
ଭାରତ ଅଟଇ
................. (2)
ଆମର ପିତାଜୀ
ନେତା ରୂପ ଧାରି,
ଅହିଂସା ନୀତିକୁ
ସ୍ତମ୍ଭିଭୁତ କରି,
ଏପରି ପ୍ରଚାର
ଦେଖି ଗଲେ ଡରି,
ତେଜି ସେ ଚlଳିଲେ
ଆମର ପଞ୍ଜୁରୀ |
ଭାରତ ଅଟଇ
..................|(3)