STORYMIRROR

Chittaranjan Nanda

Children Stories Inspirational Others

3  

Chittaranjan Nanda

Children Stories Inspirational Others

ଜାଗ ହୁଅ ହେ ଯୁବଶକ୍ତି

ଜାଗ ହୁଅ ହେ ଯୁବଶକ୍ତି

1 min
127


ସମାଜେ ଦୋଷୀ ଯେବେ ଦଣ୍ଡ ନପାଇବ 

ଅରାଜକତା ଯିବ ତ ବଢ଼ି 

ସେଇ ଦେଶ ଓ ସମାଜ ଉପରେ ଲାଗିବ 

କଳଙ୍କ, କେବେ ଯାଏନି ଛାଡି ।


ସକାରାତ୍ମକ ମନୋବୃତ୍ତି ଜୀବନର

ପଥକୁ କରେ କୁସୁମିତ 

ଅନ୍ଧ ବିଶ୍ଵାସ ଓ କୁସଂସ୍କାରରେ ମଣିଷ 

ହରାଏ ମଣିଷତ୍ତ୍ୱ ।


ଜାଗିଲେ ଏଇ ଜନଶକ୍ତି ଅନ୍ଧ ବିଶ୍ଵାସ 

ଓ କୁସଂସ୍କାର ଦୂର ହେବ

ସତ୍ୟ, ନ୍ୟାୟ ଆଉ ଶାନ୍ତିର ନୂତନ ସୂର୍ଯ୍ୟ

କିରଣରେ ହେବ ଉଦ୍ଭାସିତ ।


ମନର ଦୃଢ ବିଶ୍ୱାସ ସର୍ବଦା ନୂତନତାର 

ସ୍ୱାଦ ଆଣି ଦେଇ ଥାଏ

ଶୋଷଣ କଷଣ ଶାସନ ଡୋରିର ସୁରକ୍ଷା 

ବାହିନୀ କି ଭୟ ଆଣିବ ସିଏ ।


ଯୁଗେ ଯୁଗେ ଅସମ୍ଭବକୁ ସଦା କରନ୍ତି ସମ୍ଭବ

କୌଣସି ଦେଶର ଯୁବଶକ୍ତି

ଏହା ପ୍ରମାଣିତ, ଯୁବଶକ୍ତି ଦୁନିଆର ଆଜି ପର୍ଯ୍ୟନ୍ତ 

ସମସ୍ତ ବିପ୍ଳବର ରୂପ ଦେଇଛନ୍ତି ।


ମଣିଷ ମନରେ ଯେବେ ସ୍ବାର୍ଥ ମିଶି ଯାଏ 

ସେ ତ ବନି ଯାଏ ଏକ ଦୁର୍ଦ୍ଦାନ୍ତ 

ମାନବିକତା ମରି ମଣିଷ ଭିତରେ ଥିବା

ସଚ୍ଚୋଟ ପଣିଆର ହୁଅଇ ଅନ୍ତ ।


ଶାନ୍ତି ପ୍ରେମର ରସସିକ୍ତ ସମାଜ ଗଢିବାକୁ

ମନରେ ସଂକଳ୍ପ ଦରକାର

ନୂତନ ପ୍ରଭାତର ଆଲୋକର ସମ୍ଭାବନାକୁ

ଜାଗୃତି ହେବାକୁ ପଡିବ ଯୁବଶକ୍ତିର ।



Rate this content
Log in