STORYMIRROR

Sunanda Mohanty

Abstract Inspirational Children

3  

Sunanda Mohanty

Abstract Inspirational Children

ପରିବାର

ପରିବାର

1 min
202

ପରିବାର ସ୍ବର୍ଗ ମୋର

ସ୍ନେହ ପାରାବାର ଆଣେ

ହୃଦୟେ ଭାବାନ୍ତର

ମାଆ ବୋଉ ଡାକ ଦୁନିର

ବୋହୁଥାଏ ଅମୃତ ଝର

ବାପାଙ୍କ ଭାଇଙ୍କ ମମତାର

ନଥାଏ ପଟ୍ଟାନ୍ତର

ସ୍ନେହର ବରଷା ମମତା ପରଶେ

ବହୁଥାଏ ଶ୍ରଦ୍ଧା ସମ୍ମାନ ନିରନ୍ତର

ଦୂର ଦିବଳୟେ ଦେଖି ମେଘ ମଲ୍ହାର

ଭାବ ଓ ଭାଷାର ମହୁଝର

 ନଥିଲେ ମାନ ମତାନ୍ତର

ସେଇ ଘରେ ହୃଷୀକେଶ ହରିଦ୍ଵାର

ସହୃଦୟତାର ଶାଶ୍ବତ ନିର୍ମଳ ଝର

ଭାଇ ଭଉଣୀ ସ୍ନେହ ଭାବାନ୍ତର

ବୋଉ ଡାକରେ ବାସେ ଅବଢ଼ା

ଟଙ୍କ ତୋରଣୀ କୈବଲ୍ୟର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract