STORYMIRROR

Sandhyarani dash

Children

3  

Sandhyarani dash

Children

ଉତ୍କଳ ଦିବସ

ଉତ୍କଳ ଦିବସ

1 min
198


ଯା ପାଣି ପବନେ ଗଢା ଏ ଶରୀର

ଜନ୍ମ ଭୂମି ମୋ ଓଡ଼ିଶା

ମିଠା ତାର କଥା ନଇଁ ଯାଏ ମଥା

ମଧୁର ତାହାର ଭାଷା।


ଆଖି ଖୋଲି ମୁହିଁ ଯେବେ ଦିଏ ଚାହିଁ

ସବୁତ ଉତ୍କଳ ଦାନ

ତା ପାଇଁ ଜୀବନ ଉଲ୍ଲସିତ ମନ

ଆମେ ଉତ୍କଳ ସନ୍ତାନ।


ଦେବା ଦେବୀ ପୂର୍ଣ୍ଣ ରାଇଜ ମୋହର

ଭକ୍ତି ଭାବ ଭରି ଥାଏ

ତାର ନୃତ୍ୟ ଗୀତ ତାହାର ଭାସ୍କର୍ଯ୍ୟ

ସଭିଙ୍କ ମନକୁ ଛୁ ଏ।


ଉତ୍କଳ ସନ୍ତାନ ସଦା ବଳୀୟାନ

ଗୌରବର ଗରୀୟାନ୍

କର୍ମ ଗୁଣେ ସେହି ହୁଏ ମହୀୟାନ

ରଖି ଯଶ କିର୍ତିମାନ୍


ସୁଦୀର୍ଘ ସାଗର ଢେଉ ତା ସୁନ୍ଦର

ସୁନ୍ଦର ଚିଲିକା ହ୍ରଦ

ଭରି ରହି ଅଛି ତାହାରି ଗର୍ଭରେ

ଅମୂଲ ମୂଲ ସମ୍ପଦ।


କେତେ ଭାଗ୍ୟବାନ ଆମେ ଉତ୍କଳୀୟ

ତା କୋଳେ ଜନମ ପାଇ

ତାହାରି ସେବାରେ କରିବା କର୍ମରେ

ଏକତା ଭାବନା ନେଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children