ଭାଇର ଡାକ
ଭାଇର ଡାକ
ଦିଦି ଦିଦି ବୋଲି କେତେ ମୁଁ ଡାକୁଛି
ଉତ୍ତର ନ ଦେଉ କାହିଁ
ମନ ମର୍ମାହତ ଦେହ ଦୁର୍ବଳିତ
ହୃଦୟେ ପଡୁଛି ଛାଇ |
କହୁଅଛି ଦିଦି ବହୁବାର ତୋତେ
ଦିଦି ମୋ ହୃଦୟ ନଦୀ
ସେହି ନଦୀ ଆଜି ଶୁଖି ତ ଯାଉଛି
ସମୟ ସ୍ରୋତରେ ଦିଦି |
ଭାବିଅଛି ଦିଦି ଦିଦି ମୋ ଜୀବନ
ଦିଦି ମୋ ସପନ ବୋଲି
ସେହି ମୋ ସପନ ଭାଙ୍ଗିବୁ କି ଦିଦି
ଭାବି ମୁଁ ହେଉଛି ଭାଳି |
ପାଇଛି ଜୀବନେ କେତେ ଯେ ଆନନ୍ଦ
ତୋହରି ମିଳନେ ଦିଦି
ଯଦି ଚାହୁଁ ଖୁସି ନେବାକୁ ଛଡେଇ
(ତେବେ)ଚାଲିଯା ଦୂରକୁ ତୁହି |
ତୋ ଚନ୍ଦ୍ର ବଦନ ଦେଖିଦେଲେ ଦିଦି
ସବୁ ଦୁଃଖ(ମୋର)ଦୂର ହୁଏ
ନ ଦେଖିଲେ ଥରେ ଲାଗୁଛି ସତରେ
ପ୍ରାଣପକ୍ଷୀ ଚାଲିଯାଏ |
କେଡେ ସୁମଧୁର ବନ୍ଧନ ଆମର
ଗଢିଛି ସେହି ବିଧାତା
ତୁହି ମୋର ଦିଦି ମୁହିଁ ତୋର ଭାଇ
ଆମେ ହୋଇବା ଜଗତ ଜିତା |
ଏକା କରିବୁନି ଦିଦି ଲୋ ମୋତେ ତୁ
ତୋ ବିନା ନାହିଁ ଏ ଜୀବନ
ବଞ୍ଚିପାରିବିନି ଦିଦି ତୋତେ ଛାଡି
ତୋ ବିନା ଛାଡ଼ିବି ପ୍ରାଣ ||
