ଭାଇ ଭଉଣୀ
ଭାଇ ଭଉଣୀ
ସବୁ ସମ୍ପର୍କର ମୂଲ୍ୟ ଭିନ୍ନ ଭିନ୍ନ, ସବୁର ଭିନ୍ନ କାହାଣୀ ।
ସବୁ ସମ୍ପର୍କରୁ ଶ୍ରେଷ୍ଠ ଗୋଟେ ନାମ, ପରିଚୟ ତାର ଭଉଣୀ ।
ଭାଇ ଟିଏ ହେଉ ଯେତେ ଅଜ୍ଞାନୀ, ହେଉ ପଛେ ଯେତେ ଅକ୍ଷମ ।
ଭଉଣୀ ଆଖିରେ ତା ଭାଇ ନାୟକ , ସର୍ବ ଗୁଣ ସମ୍ପନ୍ନ ।
ଭଉଣୀ ର ପ୍ରେମ ଜାଣଇ ସେ ଭାଇ ପାଇଛି ଯେ ଗୋଟେ ଖୋଜି ।
ଭାଇ ଖୁସି ପାଇଁ ନିଜ ଜୀବନକୁ ଲଗାଇ ପାରେ ସେ ବାଜି ।
ଭାଇ ଟିଏ ଯେତେ ଝଗଡା ଲଗଉ ଭଉଣୀ ସାଥିରେ ତାର ।
ଆଉ କେହି ଆସି ପଦେ କହିଦେଲେ ହୃଦୟ ତା କରେ ଚିତ୍କାର ।
ଭାଇ ଆଖିରେ ଭଉଣୀ ଟା ତାର ସ୍ୱର୍ଗର ରାଜକୁମାରୀ ।
ତାର ଖୁସି ପାଇଁ ଜହ୍ନ ରୁ ଜୋଛନା ଛଡାଇ ଆଣେ ସେ ପାରି ।
ଭଉଣୀ ଟି କେବେ ଋଷି ଗଲେ କିବା ଅଭିମାନ କଲେ ରାଗି ।
ଭାଇ ର ଦୁଃଖ ଟା ସୀମା ଡେଇଁଯାଏ ସବୁ ଖୁସି ଦିଏ ତ୍ୟାଗୀ ।
ଯେତେ ଯିଏ ଯାହା କହିଲେ ବି ସୁଦ୍ଧା ଜୀବିନି ମୁ ତୋ ଠୁ ଦୁରୁ ।
ଏତିକି ଭରଷା ରଖିଥା ମୋ ଠାରେ ଯିଏ ଯେତେ ଚେଷ୍ଟା କରୁ ।
ରାଗେନା ଆଉ ମୋ ସୁନା ଭଉଣୀ, ଫୁଲାନି ମୁହଁ ଟା ତୋର।
ଜୀବନ ତୁ ମୋର ସ୍ୱାଭିମାନ ମୋର ସାହସ, ଗର୍ବ ତୁ ମୋର ।
ଯେତେ ଭୁଲ କଲେ କ୍ଷମା କରୁଥିବୁ (ସାନ/ବଡ) ଭାଇ ଟାକୁ ତୋର ।
ଧରିବୁନୁ ତାର କିଛି କଟୁ କଥା ସୁନା ଭଉଣୀ ପରା ତୁ ମୋର ।
