STORYMIRROR

Lata Behera

Abstract

4  

Lata Behera

Abstract

ଭାଗ୍ୟ

ଭାଗ୍ୟ

1 min
9


ଭାଗ୍ୟ ତ ଲେଖିଛି କପାଳ ଲିଖନ

   ଯାହା ଭାଗ୍ୟେ ଲେଖା ଯାଏ

ଏଇ ଜୀବନରେ ସେଇ ଭାଗ୍ୟ ରେଖା

    ଭୋଗିବାକୁ ପଡିଥାଏ ।


ଛୋଟ ବଡ ଧନୀ ହେଉ ବା ଗରିବ

    ବାଛ ବାଚାର ନ ଥାଏ

ବୁଝି ବିଚାରିକି ଭାଗ୍ୟଦେବୀ ସବୁ

   କପାଳରେ ଲେଖି ଯାଏ ।


ନିଜ କଲା କର୍ମ ଅନୁସାରେ ଫଳ

   ଭୋଗିବାକୁ ତାକୁ ହୁଏ

ତାକୁ ଆଧାରିତ କରି ଭାଗ୍ୟ ଦେବୀ

   କପାଳରେ ଲେଖି ଦିଏ ।


ଏଇ ଜୀବନରେ ଯାହା କରେ ସିଏ

    ସେଇ ଅନୁସାରେ ପାଏ

ପ୍ରାରବ୍ଧ ଫଳଟି ବାକି ଯଦି ଥାଏ

   ଏ ଜୀବନେ ଭୋଗେ ସିଏ ।


ଦୁଃଖ ଯଦି ଲେଖା କପାଳର ରେଖା

   ଯନ୍ତ୍ରଣା ବହୁଳ ହୁଏ

ଭୋଗିବାକୁ ତାକୁ ପଡିବ ନିଶ୍ଚିତ 

   ଅନ୍ୟଥା କରିବ କିଏ ?


ଯେମିତି କରିବ ସେମିତି ପାଇବ

    ତାକୁ ବା କାଟିବ କିଏ 

ବାମ ହାତ ପାପ କୁହ କି ଡାହଣ

   କେବେ ନେଇ ପାରି ଥାଏ ?


ଦୁଃଖ କଷ୍ଟ ଝଡଝଞ୍ଜାର ଜୀବନ

    ଲୁହରେ ଯେ ଭିଜୁ ଥାଏ

ସେହି ଯନ୍ତ୍ରଣାକୁ ଆଦରି ନେଇ ସେ

    ଦିନ କାଟିବାକୁ ହୁଏ ।


ନିଜ କପାଳର ଭାଗ୍ୟେ ଯାହା ଲେଖା

    ତାକୁ ଭୋଗୁ ଥାଏ ସିଏ

ନିଜ ଦୁଃଖ ପାଇଁ ସେଇ ଦୋଷକୁ ସେ

    ନା କାହାକୁ ଦେଇଥାଏ ।


ଯିଏ ଯାହା ହେବ ଯେମିତି ରହିବ

    ଆଗରୁଟି ଲେଖା ଯାଏ

ଷଠିଘର ବେଳେ ଷଠିମାଆ ପରା

   କପାଳରେ ଲେଖିଥାଏ ।


ନିଜ କଲା କର୍ମ ଅନୁସାରେ ନିଜେ

    ସବୁ ସିଏ ଭୋଗୁ ଥାଏ

ସେଥିପାଇଁ କେହି ଜୀବନେ କାହାକୁ 

   ଦୋଷ ବି ଦିଅନି କିଏ ?


ସହିବାର ସୀମା ଯେବେ ଡେଇଁ ଯାଏ

    ଅସହ୍ୟ ଯନ୍ତ୍ରଣା ହୁଏ

ଛଟପଟ ହୁଏ ଲୁହ ଝରି ଯାଏ

   ତଥାପି ବଞ୍ଚଇ ସିଏ ।


କାହାକୁ କାହିଁକି ଦୋଷ ଦେବ ସିଏ

    କପାଳର ଲେଖା ଇଏ

ଜୀବନର ଶେଷ ନିଃଶ୍ବାସ ପର୍ଯ୍ୟନ୍ତ 

   ଭୋଗିବାକୁ ତାକୁ ହୁଏ ।


ଯାହା ତ ହେବାର ଥିବ ନିଶ୍ଚେ ହେବ

    ଘଟିବ ନିଶ୍ଚତ ସିଏ

ଭଲ ହେଉ ଅବା ହେଉ ସିଏ ମନ୍ଦ

    ତାକୁ ମାନି ନେଇଥାଏ ।


ଗୋଟି ଗୋଟି କରି ଭୋଗିବାକୁ ପଡେ

    ଶେଷ ନିଃଶ୍ବାସର ଯାଏ

ମଶାଣୀ ଜୁଈର ପାଉଁଶ ପର୍ଯ୍ୟନ୍ତ 

    ଭୋଗିବା ନିଶ୍ଚିତ ଥାଏ ।



Rate this content
Log in

Similar oriya poem from Abstract