STORYMIRROR

SAHITYA TARJUMAN

Romance

4  

SAHITYA TARJUMAN

Romance

ଭାଗ୍ୟ ଡୋରି

ଭାଗ୍ୟ ଡୋରି

1 min
172

ଫୁଲ ଠୁ ସୁନ୍ଦର, ଜହ୍ନ ଠୁ ସୁନ୍ଦର, 

କହି ମୁଁ ପାରୁଛି, ଯାହାକୁ ନିଜର ।


ପାଇବାକୁ ହେଲେ, ଛାଡ଼ିବାକୁ ପଡ଼େ,

ମିଳେ ନାହିଁ ସବୁ, କିଛି ଏକା ବେଳେ, 

ପ୍ରେମରେ ଚାଲେ ନି, କେବେ ଅହଂକାର, 

କହି ମୁଁ ପାରୁଛି, ତୁମକୁ ନିଜର ।


କେଉଁ ବଗିଚାରେ, ଫୁଟି ଥିଲା ଦିନେ,

ସେଇ ଫୁଲ ଟିକୁ, ଦେଖିଲି ସପନେ, 

ଆଜି ସେଇ ଫୁଲ, ମୋ ଗଳାର ହାର, 

କହି ମୁଁ ପାରୁଛି, ଯାହାକୁ ନିଜର ।


ତୁମ ହାତ ଧରି, ଚାଲି ଯାଉ ଥିବି, 

ଜୀବନର ଗୀତ, ଗାଇ ଯାଉଥିବି,

ତୋ ହାତରେ ମୋର, ମୋ ହାତରେ ତୋର, 

ଭାଗ୍ୟ ଡୋରି ଯେବେ, ଦେଇଛି ଈଶ୍ଵର ।


Rate this content
Log in

Similar oriya poem from Romance