ଭାଗବତ ରୁ କ୍ଷିଏ
ଭାଗବତ ରୁ କ୍ଷିଏ
ନିଶି ଅନ୍ତେ ହେବ ମହାସମର ଲୋ
କୁରୁକ୍ଷେତ୍ର ସଜା ହୁଏ l
ଅଶ୍ୱ ଗଜ ଆଉ ଶତ ଶତ ନର
କ୍ଷେତ୍ର ସଜାଡ଼ନ୍ତି ଲୟେ ll
ଭରତିଆ ପକ୍ଷୀ ଭୟେ ଶୋକାତୁର
ବୁଦ୍ଧିବାଟ ଦିଶୁ ନାହିଁ l
ବେନି ଶାବକ ର ପକ୍ଷ ବିକଶିନି
ଆନେ ନିଡେ ଯିବାପାଇଁ ll
କୁରୁକ୍ଷେତ୍ର ର ବଟ ବୃକ୍ଷେ ସୁଖେ
ଦିନ କାଟୁଥିଲା ତାର l
ଯୁଦ୍ଧ ରେ ସମ୍ବାଦେ ଗଣଇ ପ୍ରମାଦ
ମନ ନହୁଇ ସ୍ଥିର ll
ଦୂରରୁ ଦେଖିଲା ଶ୍ରୀକୃଷ୍ଣ ଅର୍ଜୁନ
ଆସୁଛନ୍ତି ସେହି କ୍ଷେତ୍ରେ l
ଶ୍ରୀକୃଷ୍ଣ ଚରଣେ ଶରଣ ପଶିଲା
ଅଶ୍ରୁବହେ ବେନି ନେତ୍ରେ ll
ମୋ ଜୀବନ ପଛେ ରଖ କି ନ ରଖ
ମୋ ବେନି ଶାବକ ରଖ l
ତୁମବିନୁ କେହି ସଂସାର ରେ ନାହିଁ
ହରିବାକୁ ମୋର ଦୁଃଖ ll
ସ୍ମିତହାସ୍ୟ ବହି ଶ୍ରୀକୃଷ୍ଣ କୁହନ୍ତି
ଶୁଣ ଭରତିଆ ତୁହି l
ଜୀବନ ମରଣ ମୋ ହାତରେ ନାହିଁ
ବିଧିର ବିଧାନ ଏହି ll
ଭରତିଆ ପକ୍ଷୀ ଅଭିମାନେ କହେ
ଭଣ୍ଡୁଛକି ପ୍ରଭୁ ମୋତେ l
ଵିଧି ଅଟୁ ତୁହି ତୁପୁଣି ବିଧାନ
ମିଛ କୁହ କିମ୍ପା ମୋତେ ll
କିଛି କ୍ଷଣ ତୁନି କହିଲେ ମୁରାରୀ
ଏକ କାର୍ଯ୍ୟ କରତୁହି l
ବିଂଶ ଦିନ ଖାଦ୍ୟ ତୁ ସଂଗ୍ରହ
ଆଜି ଦିନକରେ ତୁହି ll
କଥା ଦେଲି ତୋର ବିପଦ ହାରିବି
ତେଜୁ ମନୁ ଭୟ ତୁହି l
ଅଭୟ ବଚନେ ଆଶ୍ବସ୍ତେ ଚଳିଲା
ଖାଦ୍ୟ ସଂଗ୍ରହିବା ପାଇଁ ll
ନିଜ ପରାକ୍ରମେ ବିଶାଳ ହସ୍ତୀଲୋ
ବୃକ୍ଷ କଲା ଧରାଶାୟୀ l
ଭାଗ୍ୟ ବଳେ ପକ୍ଷୀ ଶରୀର ଅକ୍ଷୁର୍ଣ୍ଣ
ଧନ୍ୟ ଧନ୍ୟ ନାଥ ତୁହି ll
ଲକ୍ଷ ଲକ୍ଷ ଅଶ୍ୱ ଗଜ ପଦାତିତ
ହୋଇଲେ ସେ କ୍ଷେତ୍ରେ ରୁଣ୍ଡ l
ଆରମ୍ଭ ହୋଇଲା ମହା ସମରଲୋ
ଗଡି ଗଲା କେତେ ମୁଣ୍ଡ ll
ଗଜ ବେକେ ଥିବା ବିଶାଳ ଘଣ୍ଟ କୁ
ନିକ୍ଷେପିଲେ ଲକ୍ଷି ଶର l
ଘଣ୍ଟ ଘୋଡାଇ ପକ୍ଷୀ ର ପରାଣେ
କି କରିବ କାଳ ତାର ll
ସମର ଶେଷରେ ଘଣ୍ଟ ଉଠାଇଲେ
ହରଷ ଚିତ୍ତ ରେ ଯାଇ l
ବେନି ଶାବକ ସଙ୍ଗେ ଉଡ଼ିଗଲା
ମୁଖେ ପ୍ରଭୁ ନାମ ଗାଇ ll
