STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଭାଗବତ ପାଠ

ଭାଗବତ ପାଠ

1 min
377

ଭାଗବତ ପାଠ ପ୍ରଭୁଙ୍କର ପାଠ

        ଜାଗୁ ଥିବ ପ୍ରେମ ଭକ୍ତି

ପ୍ରଭୁଙ୍କ ଶାସ୍ତ୍ରକୁ ପଠନ କରିଲେ

        ଆସୁ ଥିବ ଜ୍ଞାନ ଶକ୍ତି।


ପ୍ରେମ ଶ୍ରଦ୍ଧା ପାଠ ଶ୍ରୀକୃଷ୍ଣଙ୍କ ପାଠ

        ପାଠଟି ପ୍ରେମର ଏହୁ

ନିଶ୍ଚଳ ମନରେ ନିଶ୍ଚିତ ହୋଇଣ

        ଧ୍ୟାନ କରିବେଟି ଯେହୁ।


ଦୁର୍ଗମ ରାସ୍ତାଟି ସୁଗମ ହୋଇବ

        ଶ୍ରଦ୍ଧାରେ ପଢିଲେ ଏହୁ

ପ୍ରଭୁଙ୍କ କରୁଣା ପ୍ରାପ୍ତିଟି ହୋଇବ

        ଭକ୍ତିର ପଠନେ ସେହୁ।


ଜୀବ ପ୍ରତି ପ୍ରେମ ସମର୍ପଣ ଭାବ

       ଶ୍ରଦ୍ଧା ଭକ୍ତି ଜାଗୁ ଥିବ

ସବୁ ବାଧା ବିଘ୍ନ ଦୂର ହୋଇ ଯିବ

       ପ୍ରଭୁ ଭକ୍ତି ମିଳୁ ଥିବ।


ଗୄହସ୍ତ ଜୀବନ ପବିତ୍ର ହେବଟି

       ପ୍ରଭୁ ସେବା କରୁ ଥିବ

ଅତିଥି ସତ୍କାରେ କାଟୁ ଥିବ ଦିନ

       ସୁଦୟା ଲକ୍ଷ୍ମୀଙ୍କ ହେବ।


କୃଷ୍ଣ ରାମ ଳାମ ହେବ ଜପମାଳି 

       ତହିଁ ଜଗନ୍ନାଥ ଭକ୍ତି 

ଜନସେବା ମନ୍ତ୍ର ଗୁଞ୍ଜୁ ଥିବ ହୃଦେ

       ଯହିଁ ରାଷ୍ଟ୍ର ସେବ ଶକ୍ତି ।


ଗୃହେ ଶୁଭୁ ଥିବ ଗୃହ ଧର୍ମ ବାଣୀ

        ଅତିଥି ସତ୍କାର ପୁଣି  

ନିତ୍ୟେ ହେଉ ଥିବ ଭାଗବତ ପାଠ           

        କୃଷ୍ଣଙ୍କ ମଧୁର ବାଣୀ।


ସମଭାବ ମନ୍ତ୍ର ହୃଦେ ଗୁଞ୍ଜୁ ଥିବ

        ରାଷ୍ଟ୍ରର ନିର୍ମାଣ ପାଇଁ

ପ୍ରଭୁ ନାମ ନିତ୍ୟେ ଜପମାଳି ହେବ

        ପ୍ରଭୁଙ୍କ ଚରଣ ପାଇଁ।


ପାଠ ଭାଗବତ ପାଇଁ ପ୍ରତିଦିନ 

        ଦିନଚର୍ଯ୍ୟା ହେଉ ଥିବ

ପ୍ରଭୁ ବିନୁ ଗତି ନାହିହିଁ କାହାରେ

         ଭକ୍ତି ନିତ୍ୟେ କରୁ ଥିବ।

         

ଭାଗବତ ପାଠ ପ୍ରଭୁଙ୍କର ପାଠ

       ଜାଗୁ ଥିବ ପ୍ରେମ ଭକ୍ତି 

ପ୍ରଭୁଙ୍କ ଶାସ୍ତ୍ରକୁ ପଠନ କରିଲେ

       ଆସୁ ଥିବ ଜ୍ଞାନ ଶକ୍ତି।


Rate this content
Log in

Similar oriya poem from Abstract