ଭାବରେ ଭାବରେ-୪
ଭାବରେ ଭାବରେ-୪
ମୋ ନୟନ ଖୋଜୁଥାଉ
ସଦା ତୁମକୁ
ଭୁଲି ମୁଁ ନଯାଏ କେବେ
ଚକାଆଖିକୁ
ମୋ ନୟନ ଖୋଜୁଥାଉ
ସଦା ତୁମକୁ ।
ଆଖିରେ ଆଖି ମିଶେଇ
ଚାହିଁବି ତୋତେ
ଦୀପହୋଇ ଜଳୁଥିବି
ଜୀବନେ ସତେ
ଡରିବିନି ଡରିବିନି
ମିଛ ମାୟାକୁ
ମୋ ନୟନ ଖୋଜୁଥାଉ
ସଦା ତୁମକୁ ।
ଜାଣିଛି ମୁଁ ସଂସାରଟା
ଦୁଇ ଦିନକୁ
ଜନମରୁ ଜୁଇ ଯାଏଁ
ହୁଏ ଯିବାକୁ
ଶେଷବେଳେ ଆସିବେନି
ସାଥି ଦେବାକୁ
ମୋ ନୟନ ଖୋଜୁଥାଉ
ସଦା ତୁମକୁ ।