Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Mahapatra

Inspirational

3  

Pranati Mahapatra

Inspirational

ଭାବର ବନ୍ଧନ

ଭାବର ବନ୍ଧନ

1 min
7.1K


ରକ୍ଷାର କବଚ ହୋଇଥାଏ ବୋଲି

ନାଁ ପରା ତାର ରାକ୍ଷୀ,

ଆପଦୁ ଉଦ୍ଧାର କରି ହୋଇଥାଏ

ଯୁଗ ଯୁଗ ପାଇଁ ସାକ୍ଷୀ।

ସେହି ରାକ୍ଷୀ ହୁଏ ଭାବର ବନ୍ଧନ

ଘୁଞ୍ଚାଇ ଦିଏ ରାଗ ଦ୍ଵେଷ,

ଭାଇ ଭଉଣୀର ସୁମିଷ୍ଟ କାହାଣୀ

ଭରିଦିଏ ମୁଖେ ହସ।

ପର ଆପଣା,ଶତ୍ରୁ ମିତ୍ର

ନ ଥାଏ ବାଛ ବିଚାର,

ସୂତା ନୁହେଁ ସେ ତ ଅକ୍ଷୟ କବଚ

ସତ୍ୟ ଏହି ସମୟର।

ଭଉଣୀର ରକ୍ଷା କରିଥାଏ ଭାଇ

ଶୁଭ ମନାସେ ଭାଇର,

କୋଟି ଦେବାଦେବୀ ପାଦେ ପୂଜା କରି

ଭରେ ସାତରଙ୍ଗ ସାରା ଜନ୍ମର।

ହସ ଖୁସିର ଏ ରକ୍ଷା ବନ୍ଧନରେ

ସର୍ବେ ହୋଇ ହର୍ଷ ମୁଖ,

ରକ୍ଷାର ବନ୍ଧନ ରକ୍ଷା କବଚକୁ ବାନ୍ଧି

ଭରି ଦେବା ସୁଖ।

ପ୍ରଣତି ମହାପାତ୍ର

ବାଲେଶ୍ଵର


Rate this content
Log in

Similar oriya poem from Inspirational