STORYMIRROR

Pranati Panda

Classics Others

3  

Pranati Panda

Classics Others

ଭାବନାରୁ ଖିଏ

ଭାବନାରୁ ଖିଏ

2 mins
184


ଜୀବନଟା କ୍ଷଣସ୍ଥାୟୀ ।

ଇନ୍ଦ୍ରଧନୁର ସପ୍ତ ରଙ୍ଗରେ ତଥାପି ଡେଣା ମେଲଇ ଦେଇଥାଏ ।

ସବୁକିଛି ନ ପାଇବାର ଦଗ୍ଧିଭୂତ ଯନ୍ତ୍ରଣାରେ

ମସଗୁଲ୍ ହୋଇ ରହିଥାଏ ଆଶାର ପୂର୍ଣ୍ଣତାରେ

କୁଷ୍ଣଚୁଡ଼ାର ଅନେକ ରଙ୍ଗୀନ ସ୍ୱପ୍ନରେ

ଅଳସ ରାତ୍ରିର ପ୍ରତିଟି ପ୍ରହରରେ

ଅତୀତ ପଖାଳି ଆଶା ଅଭିଳାଷେ

ସ୍ମୃତିର କାନ୍ ଭାସ୍ ରେ

ଏଥରକ ଦେଖାହେଲେ ଭାବିଥିଲି କହିଦେବି ଭାବିଛି ଯା' ହୃଦୟ ତଳର ଅବ୍ୟକ୍ତ, ଅକୁହା ଛାତି ତଳ ବ୍ୟଥା

ବିତିଯାଏ ମାସ ମାସ ବର୍ଷ ବର୍ଷ

ପରିବର୍ତ୍ତନ ହୁଏ ଋତୁଚକ୍ର ।

ରାତି ଯାଇ ଦିନ ହୁଏ ।

କିନ୍ତୁ କେବେ ଅନୁଭବ କରି ନ ଥିଲି

ମୋ ହୃଦୟ ଭିତରର ନିଃଶବ୍ଦ କୋଳାହଳ କୁ

କେବେ କଳ୍ପନା ସୁଦ୍ଧା କରି ନ ଥିଲି

ଅହଙ୍କାର ଅନଳରେ ପ୍ରଜ୍ବଳିତ

ତୁମର ସେ , ପାପର ସଉଧକୁ ,

ପ୍ରତିଶୋଧ, ପ୍ରତାରଣା ବ୍ୟତିରେକ ନ ଥିଲା କି କିଛି ବିକଳ୍ପ ଆୟୁଧ ।

ଅଭିମାନୀ ଅଭିମାନ କରିଥିଲା ସତ କିନ୍ତୁ

ଶାଶ୍ଵତ ଭାବନା କୁ ନେଇ,

ଭାବିଥିଲା ଦେଖାହେଲେ ଚୁପ୍ କରି

ବୁଝେଇବି ମସିର କ୍ଷତାକ୍ତ ଅନୁଭବକୁ ।

ଏଥର ଆଖିରେ ନୁହେଁ ଓଠ ଖୋଲି ବୁଝେଇବି ମୋ' କବିତାର ମନସ୍କ ଭାଷା ସବୁକୁ ।

କିନ୍ତୁ ତୁମେ କି ବୁଝିବ ସେ ନିଃସ୍ୱାର୍ଥ 

ଚେତନାର ମୂଲ୍ୟ

ତୁମେ ଯେ ବହୁରୂପୀ

ରଙ୍ଗ ବଦଳେଇବା ତୁମର ପ୍ରକୃତି

ପ୍ରତାରକ

ତୁମେ କାହୁଁ ବୁଝିବ ଆନ ହୃଦୟର ପରିଭାଷା

ମୁଁ କିନ୍ତୁ ସ୍ମୃତି ଖୋଜେ ବାରମ୍ବାର।

ମୋ ସ୍ମୃତିରେ ସେ ସମ୍ପର୍କ ନିଆରା ଖୁବ୍ ନିଆରା ।

ହେଲେ ଏଠି ସମ୍ପର୍କ ଟିଏ କାହିଁ

ନେବାରେ ବନ୍ଧୁତା ,

କିନ୍ତୁ ତ୍ୟାଗ ବେଳକୁ ନଥାଏ

ସମ୍ପର୍କ ପାଖରେ

ଅନ୍ୟକୁ ସହିବା , ବହିବାରେ ଯେ

ସମ୍ପର୍କ ମଧୁମୟ ତାହା ତୁମେ କିପରି ଜାଣିବ ହେ ! ବହୁରୂପୀ ?

ବିନା ପ୍ରତ୍ୟାଶାରେ ଅନ୍ୟକୁ ସୁଖ ପରୋଷିବାରେ ସମ୍ପର୍କ ବଞ୍ଚିରହେ 

କାଳ କାଳକୁ ।

ଅବହେଳା ଆଉ ଅଣଦେଖା ପଣିଆ ତ ,ବାଧ୍ୟ କରିଥାଏ ଇଚ୍ଛା ଆଉ ଅନିଚ୍ଛାର ଦିଗକୁ ।

ଯେଉଁଠି ଅବହେଳା ଆଉ ଅଣଦେଖାର ଦୁରତ୍ଵ ବଢ଼ି ଚାଲିଛି , ସମ୍ପର୍କରେ ଭଟ୍ଟା ପଡ଼ିସାରିଛି , ସେଠି ନିବିଡ଼ ପଣ ବା' ଆସିବ କୁଆଡୁ? 

ଖାଲି ନାମକୁ ମାତ୍ର ଚୋବେଇବା ଦାନ୍ତ ଦେଖେଇବା ଦାନ୍ତ ପରି ସମ୍ପର୍କ ଗଡ଼ି ଚାଲିଛି ସିନା।

ପ୍ରତିଶ୍ରୁତି ଆଜିକାଲି ପାଣିର ଗାର ପରି ବୋଧ ହୁଏ

ପ୍ରତାରଣାର ହିସାବ ଅବା ରଖୁଛି କିଏ?

ନିଜ ପରିଧିରେ ଆହତ ଆବେଗ ଗୁଡ଼ା ପେଶି ହୋଇ ଏରୁଣ୍ଡି ବନ୍ଧରେ ପାଦ ଦୁଇଟିକୁ ବାନ୍ଧି ଦିଅନ୍ତି ଯେପରି ।

ଭୀଷଣ ଅସ୍ଵସ୍ତି ବୋଧରେ ସମ୍ପର୍କର ସ୍ମୃତି ଖିଏକୁ

ନା, କାଟି ହୁଏ ନା , ବାନ୍ଧିହୁଏ ହୃଦୟ ସହିତ ।


      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics