STORYMIRROR

Tapaswini DashSarangi

Classics Fantasy Others

3  

Tapaswini DashSarangi

Classics Fantasy Others

ଭାବନାର ମୋହଭଙ୍ଗ

ଭାବନାର ମୋହଭଙ୍ଗ

1 min
20

ରଜନୀର ତମସାଚ୍ଛନ୍ନ ଆକାଶକୁ

ଚନ୍ଦ୍ରାତାପର ଆଲୋକରେ ସଜେଇ

ଦେବାର ଦୁର୍ବାର ଆଶା ମନରେ

 କଲ୍ଲୋଳିତ ହେଉଥିଲା।

ନା ଏ ଅମାନିଆ ମନ ଥୟ ଧରୁଥିଲା

ନା ସେ ଅହଂକାରୀ ଜହ୍ନ

ହାତରେ ଧରା ଦେଉଥିଲା।

ହେଲେ ଏ ବିବେକ ଭିତରୁ

ହସି କହୁଥିଲା ବାମନ ହେଇ

ଜହ୍ନକୁ ହାତ ବଢ଼ଉଛୁ

ଆଉ ଏଇ କଥା ପଦ

ଭିତରେ ଲାଜର ରୂପ ନେଉଥିଲା।

 ସପନର ଅଳସୀ ନଈ

ବୋଧେ ଜୁଆରିଆ ହୋଇ

ଅନ୍ୟମନସ୍କତାର ଶୃଙ୍ଗୀରେ ଘଷି ହେଉଥିଲା।

ସବିତାଙ୍କ ତେଜ ପ୍ରଖର ହୋଇ

ଯେବେ ଝରକାରେ ଧସେଇ ଆସିଲା

ଏ ମନ ବୁଝିଗଲା

ଭାବନାର ମୋହ ଭଙ୍ଗ ହୋଇଗଲା

ଆଉ ସେ ତମସା ଦୂରେଇ ଯାଇଥିଲା

ସେ ଅଳସୀ ନଈ ବି ତା' ରାସ୍ତା କାଟି ଚାଲିଗଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics