STORYMIRROR

Binodini Dash

Abstract Inspirational

4  

Binodini Dash

Abstract Inspirational

ଭାବନାର କ୍ଷେତ୍ରଫଳ ଭାବନାର ମହକ

ଭାବନାର କ୍ଷେତ୍ରଫଳ ଭାବନାର ମହକ

1 min
232


ଚେତନ ମନରେ ଜୁଟିଥାଏ କେତେ

ଦିଗନ୍ତ ପ୍ରସାରି ଭାବନା

ଅସୀମିତ ତା'ର ପରିସୀମା ପରା

କେବେ ମାପ କରି ହୁଏନା

ସତ୍ ଚିନ୍ତାରେ

ଥାଏ ଯେବେ କେହି ଭାବୁକ

ତା' ପରିସରର କ୍ଷେତ୍ରଫଳଟିରୁ

ଛୁଟାଏ ଜୀବନେ ମହକ ।


ଭାବନା ସେଠାରେ ହୁଅଇ ସଫଳ

ଦିଗ ଥିଲେ ବି ଭିନ୍ନ ଭିନ୍ନ

ଅଲଗା ଅଲଗା ବାସ ଚହଟାଏ

ହସଇ ଯେମିତି ପ୍ରସୂନ

ଯେତେ ବାଧକ

ଆଗରେ ଆସି ହେଲେ ଠିଆ

ମନ-ପବନରେ ଭାସିଯାଇ ଦୂରେ

ମହକାଇ ପାରେ ଦୁନିଆ ।


ଫୁଲର ମହକ କିଛି କ୍ଷଣ ରହେ

ଭାବନା ବାସ ଚିରସ୍ଥାୟୀ

ହୃଦୟୁ ହୃଦୟ କିଣିନେଇ ପାରେ

ବିଜୟ କେତନ ଉଡ଼ାଇ

କାଳ ବକ୍ଷରେ

ସ୍ବର୍ଣ୍ଣିମ ସ୍ବାକ୍ଷରେ ଉଜ୍ଜ୍ବଳ

ପିଢ଼ି ପରେ ପିଢ଼ି ତା'ର ମହକରେ

ହରଷେ ହୁଅନ୍ତି ବିହ୍ବଳ ।



Rate this content
Log in

Similar oriya poem from Abstract