STORYMIRROR

ABADHOOT PANDA

Tragedy Classics

4  

ABADHOOT PANDA

Tragedy Classics

ଭାବନାର ଖିଅ କୋଣାର୍କ

ଭାବନାର ଖିଅ କୋଣାର୍କ

2 mins
420

         

ଅର୍କ କ୍ଷେତ୍ରର ନାହିଁ ଆଜି ଅତୀତ ଗୌରବ

ସୂର୍ଯ୍ୟମନ୍ଦିରର ସେ ଆଭା ଆଉ ସୁସ୍ଥ ବିଭବ l


ନାହିଁ ଆଜି ସେହି ଚନ୍ଦ୍ରଭାଗାର ଖର ସ୍ରୋତ

ଚିହ୍ନ ବର୍ଣ୍ଣ ଯାଇଛି ଲିଭି ତାର ଉତ୍କଳ ଦୁଃଖିତ l


ଚୁମ୍ବକର କାରସାଦି ନାହିଁ ମୋଟେ ସେଠି ଆଜି

ତଥାପି ମୁଁ ଆକୃଷ୍ଟ ଦେଖି ତା ଭଗ୍ନ ସୁଷମାରାଜି l


ପାଇଛି ମୁଁ ପ୍ରୋତ୍ସାହନ ହେ ଅର୍କ ତୁମ ମନ୍ଦିରୁ

ଦାମ୍ପତ୍ୟ ଜୀବନେ ଶିକ୍ଷା ସୁକ୍ଷ୍ମ କଳା କାରିଗରୁ l


କେତେ ରତି ବନ୍ଧ ଶିଖି କରିଛି ଖୁସି ଧର୍ମ ପତ୍ନୀକୁ

ଅଶ୍ୱ ପରି ଧାବମାନ ହୋଇଛି ସଦା କର୍ମ କ୍ଷେତ୍ରକୁ l


ହେ ଅର୍କ ଗଢ଼ିଛି ଏକ ସ୍ଵନିଳୟ ତୁମରଥ ପରି

ଆଧୁନିକ ଶୈଳୀ ପୂର୍ଣ୍ଣ ସୁକ୍ଷ୍ମ ଶକ୍ତ ଦ୍ରବ୍ୟ ଭରି l


ହେ ଅର୍କ ଦେବ ସାରି ମୁହିଁ ସୂର୍ଯ୍ୟ ନମସ୍କାର

ଅର୍ପଣ କରେ ମୁଁ ଜଳ ତଵ ପାଦେ ସାତ ଥର l


ତଵ ମନ୍ଦିର ଚକ୍ର ପରି ସଜାଇଛି ମୋର ଘର

ଗଢ଼ି ଚାଲେ ଯହିଁ ମୁହିଁ ସୁଖ ସଂସାରଟି ମୋର l


ତଵ ଚୁମ୍ବକ ପରି ଯଦିବା ନାହିଁ ମୋର ତେଜ

ତଥାପି ମାନବୀୟ ଗୁଣେ ଆଜି ମୁଁ ସୁସତେଜ l


ସୁକ୍ଷ୍ମ ଚାରୁ କଳାର ତଵ ଅଟେ ସଦା ମୁଁ ପ୍ରେମିକ

ଭୁଲି ପାରୁନାହିଁ ଆଜି ସେ ଅତୀତ ଅର୍କର ମହକ l


ଚନ୍ଦ୍ରଭାଗାର ଫୁତ୍କାର ଆଉ ଧରମାର ସୁଦକ୍ଷତା

 ଆଉ ଆତ୍ମ ତ୍ୟାଗ ପ୍ରାଣେ ମୋ ଭରେ ମାନବତା l


ହେ କୋଣାର୍କ ଫେରନ୍ତା କି ତୁମ ଅତୀତର ରୂପ

ଗଡ଼ନ୍ତି ତୁମ ପ୍ରାଙ୍ଗଣେ ଦେଇ ନିଜକୁ ବିହଙ୍ଗରୂପ l


ନବ ଦମ୍ପତିଙ୍କୁ ଦେଖାନ୍ତି ମୁଁ ଆଦିରସର ଭାସ୍କର୍ଯ୍ୟ

ବୁଝାଇ ଦିଅନ୍ତି ତାଙ୍କୁ ଓଡ଼ିଆ କାମକଳା ତାତ୍ପର୍ଯ୍ୟ l


କୁଢ଼ାଇ ଦିଅନ୍ତି ରକ୍ତ ଗୋଲାପ ଝୁଲନ୍ତା ଆସ୍ଥାନେ

ପ୍ରଭାତ ଶଙ୍ଖନାଦେ ତୋଷି ବାଳସୂର୍ଯ୍ୟ ଆବାହନେ l


ଚୁମ୍ବକ ଦଧି ନଉତି ଝୁଲନ୍ତା ଅର୍କ-ପୂଜା ବିମାନ 

ଦିଶୁଥିଲା କି ସୁନ୍ଦର କରି ଉତ୍କଳୀୟ କୀର୍ତ୍ତି ବଖାଣ l


ସୁକ୍ଷ୍ମ କଳା କୃତି ସୂଚୀ ମୁନେ ରଚିଲା ସେ ବିନ୍ଧାଣି

ଓଡ଼ିଆ ଜୀବନ ଶୈଳୀ ଦର୍ଶାଇ ତାର ଦକ୍ଷ କମାଣି l


ନାହିଁ ସେ ଓଡ଼ିଆ ପ୍ରତିଭା ସୁକ୍ଷ୍ମ ଭାସ୍କର୍ଯ୍ୟ ମନଲୋଭା

ହରି ନେଇଥିଲା ଦିନେ ଫିରିଙ୍ଗୀଙ୍କ ନୟନର ଆଭା l


ପରଶ୍ରୀକାତର ଫିରିଙ୍ଗି ରଚି ଥିଲେ ଦିନେ ଖଳତା

ଭାଙ୍ଗି ରୁଜି ବୋମା ବର୍ଷଣେ ସାଧି ତୁମତନୁ ଭଗ୍ନତା l


ଦୁଷ୍ଟ ଯବନ କଳା ପାହାଡ଼ ଧ୍ବଂସୀଥିଲା ତୁମ ଅଖଣ୍ଡତା

ଥିଲା ସେ ଏକ କୁଳାଙ୍ଗାର ପୁତ୍ର ଉତ୍କଳ ମାତାଙ୍କ ସତତା l


ଗଡ଼ି ଚାଲିଛି ଯଦିଓ ସମୟ ତୁମ ମନ୍ଦିର ରଥ ଚକ ପରି

ଅଥଚ ଆମ ସ୍ମୃତିପଟ୍ଟର ରଥ ଚକ୍ର ଯାଇନି କେବେ ଗଡ଼ି l


ପକାଇ ଦିଏ ମନେ ଆମ ସଦା ତୁମ ପ୍ରାଚୀନ ଗୁଣ

କାହିଁ ଗଲେ ସେ ଓଡ଼ିଆ ଲଙ୍ଗୁଳା ରାଜା ପାଟଶାଣ l


ଉଡ଼ିଯାଉଛି ଶ୍ରୀକର୍ପୁର ପଡିରହିଛି ସେହି ଓଡ଼ିଆ କନା

ତଥାପି ଫର ଫର ଉଡ଼ୁଛି ଆଜି ପତିତପାବନ ବାନା l


ହେ ଅର୍କ କ୍ଷେତ୍ର କୋଣାର୍କ ଲିଭିବନି ତୁମ ଗାରିମା

ଯେପର୍ଯ୍ୟନ୍ତ ଗଗନେ ଆତ ଜାତ ରବିଙ୍କର ଲାଘିମା l

        


Rate this content
Log in

Similar oriya poem from Tragedy